ଲକ୍ ଡାଉନ ଯୋଗୁ ହତାଶ ହୋଇ ଜୀବନ ହାରିଲେ ଯୁବକ

ଯାଜପୁର ଟାଉନ: କୋରୋନା ପାଇଁ ଚାରିଆଡେ ଲକ ଡାଉନ ଚାଲିଛି । କାମ ଧନ୍ଦା ସବୁ ବନ୍ଦ ହୋଇଯାଇଛି । ଏହାରି ଭିତରେ ହତାଶ ହୋଇ ଜୀବନ ହାରିଲେ ଯୁବକ । ଯାଜପୁର ସଦର ଥାନା ଅନ୍ତର୍ଗତ ଜାହାନପୁର ପଂଚାୟତର ମଲ୍ଳିକାପୁର ଗାଁର ଅକ୍ଷୟ ମହାନ୍ତି ଆଜି ସକାଳେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି । ସେ ପ୍ରଥମେ ଗାଡି ଡ୍ରାଇଭିଂ କରୁଥିଲେ । କିଛି ଦିନ ତଳେ ଗାଁରେ ଏକ ଅଟାକଳ ମଧ୍ୟ କରିଥିଲେ । କିନ୍ତୁ ଲକ୍ ଡାଉନ୍ ଫଳରେ ରୋଜଗାରକୁ ସବୁ ବାଟ ବନ୍ଦ ହୋଇଯାଇଥିଲା । ଧାରକରଜ ଓ ପାରିବାରିକ ଦୁଃଶ୍ଚିନ୍ତା ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ସକାଳେ ତାଙ୍କ ମୃତ ଦେହ ଝୁଲୁଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଁଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.