Below header

ମୁମ୍ବାଇର ସମସ୍ତ ପ୍ରାଇଭେଟ ଡାକ୍ତର ଏବେ ସରକାରୀ ହସପିଟାଲରେ କରିବେ କାମ, ନଚେତ ରଦ୍ଦ ହୋଇପାରେ ଲାଇସେନ୍ସ

ଭାରତରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଏହି ଭାଇରସର ସବୁଠାରୁ ଅଧିକ ସଂକ୍ରମିତ ମାମଲା ମହାରାଷ୍ଟ୍ରରୁ ମିଳୁଛି। ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୭୦୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିସାରିଲେଣି। ରାଜ୍ୟରେ ସବୁଠାରୁ ଅଧିକ କେଶ ରାଜଧାନୀ ମୁମ୍ବାଇରେ ଦେଖିବାକୁ ମିଳୁଛି। ଏମିତିରେ ଚିକତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ନିର୍ଦ୍ଦେଶାଳୟ ଆଦେଶ ଅନୁଯାୟୀ, ଏବେ ପ୍ରାଇଭେଟ ଡାକ୍ତର ମଧ୍ୟ ସରକାରୀ ହସପିଟାଲରେ କାମ କରିବାକୁ ବାଧ୍ୟ। ସେମାନେ ଯଦି ଏପରି ନ କରନ୍ତି , ତେବେ ସେମାନଙ୍କର ଲାଇସେନ୍ସ ରଦ୍ଦ ହେବ ବୋଲ ନିର୍ଦ୍ଦେଶ ଆସିଛି।

hosital

ଚିକିତ୍ସା ଶିକ୍ଷା ଏବଂ ଅନୁସନ୍ଧାନ ନିର୍ଦ୍ଦେଶାଳୟ ମୁମ୍ବାଇରେ ଯେତିକି ପ୍ରାଇଭେଟ ଡାକ୍ତର ଅଛନ୍ତି, ସେମାନେ ଏବେ ସରକାରୀ ହସପିଟାଲରେ କାମ କରିବାକୁ ବାଧ୍ୟ। ଯଦି କୌଣସି ପ୍ରାଇଭେଟ ଡାକ୍ତର ଏହି ଆଦେଶକୁ ଅବମାନନା କରନ୍ତି, ତେବେ ତାଙ୍କ ଲାଇସେନ୍ସ ରଦ୍ଦ କରିଦିଆଯିବ। ସୂଚନାଯୋଗ୍ୟ, ମୁମ୍ବାଇରେ ୨୫ ହଜାର ପ୍ରାଇଭେଟ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ କାମ କରୁଛନ୍ତି।

ଆଦେଶ ଅନୁଯାୟୀ, ଏହି ପ୍ରାଇଭେଟ ଡାକ୍ତରଙ୍କୁ କରୋନା ଭାଇରସ ହସପିଟାଲରେ ଅତିକମ୍‌ରେ ୧୫ ଦିନ କାମ କରିବାକୁ ହେବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୧୫,୫୨୫ ଲୋକ ସଂକ୍ରମିତ ହୋଇଥିବା ବେଳେ ୭୦୦ ଲୋକଙ୍କ ମୃତ୍ୟୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.