କରୋନାକୁ ମାତ୍‌ ଦେବା ଉପାୟ କହିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ, ସମସ୍ତେ ମାନିବାକୁ ଦେଲେ ଆହ୍ଵାନ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମହାନିର୍ଦ୍ଦେଶକ ଟ୍ରେଡୋସ ଅଧନୋମ ଘେବ୍ରେୟସସ ସାରା ପୃଥିବୀକୁ ଏକାଠି ହୋଇ କରୋନା ସହ ଲଢ଼ିବାକୁ ଆହ୍ଵାନ ଦେଇଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ ଏକତା ହିଁ କରୋନା ଭାଇରସକୁ ପରାଜିତ କରିପାରିବ। କରୋନାକୁ ମାତ୍‌ ଦେବାକୁ ଏକତା ହିଁ ଏକମାତ୍ର ରାମବାଣ ବୋଲି ସେ କହିଛନ୍ତି।

ଟ୍ରେଡୋସ୍‌ କହିଛନ୍ତି ଯେ କୋଭିଡ-୧୯ ଏବେ ସାରା ଦୁନିଆ ପାଇଁ ଏକ ଚେତାବନୀ। ଏଥିସହ ଦୁନିଆ ଦ୍ୱାରା ଏକ ସମାନ ଭବିଷ୍ୟତ ରଚିବାର ସୁଯୋଗ ମଧ୍ୟ। ୟୁରୋପୀୟ ଆୟୋଗ ଦ୍ୱାରା ଆୟୋଜିତ କୋଭିଡ-୧୯ ର ଅନ୍ତର୍ଜାତୀୟ ସମ୍ମିଳନୀରେ ୭.୪ ଅରବ ୟୁରୋ ଚାନ୍ଦା ଏକାଠି ହୋଇଥିବାରୁ ସେ ଏହାକୁ ପ୍ରଶଂସା କରିଛନ୍ତି।

International community on Trump defunding WHO: Time for "more int ...

ଏଥିସହ କରୋନାକୁ ମୂଳପୋଛ କରିବାର ଉପାୟ ବାହାର କରିବାକୁ ସେ ଅପିଲ କରିଛନ୍ତି। ତାଙ୍କ କହିବାନୁସାରେ ପ୍ରତିଟି ବ୍ୟକ୍ତିର ଜୀବନ ମୂଲ୍ୟବାନ। ଏଣୁ ସମସ୍ତଙ୍କ ଜୀବ ବଞ୍ଚାଇବା ଜରୁରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.