Below header

ଖରସ୍ରୋତାରେ ୬ ଜଣ ବୁଡିଯିବା ଘଟଣା: ଆଉ ଜଣେ ଯୁବକର ମର ଶରୀର ଉଦ୍ଧାର, ସମୁଦାୟ ହେଲେ ୫

ଯଜପୁର ଟାଉନ(କେନ୍ୟୁଜ୍):  ଗତକାଲି ଯାଜପୁର ଜିଲ୍ଲା ବନ୍ଧମୁଣ୍ଡା ମଙ୍ଗଳା ଘାଟରେ ଘଟିଥିବା ଅଘଟଣରେ ୫ମ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଓଡ୍ରାଫ ଟିମ ସକାଳୁ ଖୋଜାଖୋଜି ଆରମ୍ଭ କରି  ସକାଳେ କ୍ରିଷ୍ଣା ଯେନା ନାମକ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଥିଲା। ଆଜି ସନ୍ଧ୍ୟାରେ ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି  ।

ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳର କେତେକ ଯୁବକ ହୋଲି ଖେଳି ସାରି ନଦୀ କୁ ଗାଧେଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୨ ଜଣ ଓ ଆଜି ଆଉ ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ସଂଧ୍ୟା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି। ଏବେବି ଆଉ ଜଣେ ଯୁବକ ନିଖୋଜ ଥିବା ଜଣା ପଡ଼ିଛି। ମୋଟ ୬  ଜଣ ନିଖୋଜ ଯୁବକ ମାନେ ଗୋଟିଏ ବଂଶର । ସେଥି ମଧ୍ୟରୁ ଦୁଇ ଜଣ ଭଣଜା ଓ ୪ ଜଣ ଭାଇ ଅଛନ୍ତି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।  ଆସନ୍ତାକାଲି ପୁଣି ଖୋଜାଖୋଜି ଆରମ୍ଭ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.