ଚାଣକ୍ୟ ନୀତି : ଏମିତି ଲୋକ କାହାରି ଭଲ ପାଇବାର ହକଦାର ହୋଇନଥାନ୍ତି, ଏମାନଙ୍କୁ ସମସ୍ତେ କରନ୍ତି ଘୃଣା

ଏଠାରେ ଚାଣକ୍ୟ କହିଛନ୍ତି, ଲୋକେ କେମିତି କାହାର ବି ସ୍ନେହ ପ୍ରେମ ପାଇବାକୁ ହକଦାର ହୁଅନ୍ତି ନାହିଁ | ଏହି ଲୋକ ସର୍ବଦା ନିଜ ଭିତରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବା ଦରକାର |

ଶ୍ଳୋକ :

ଅୟଂ ନିଜଃ ପରୋ ବିତି ଗଣନା ଲଘୁଚେତସାମ୍ ।
ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍ ।।

ଅର୍ଥ – ଯେଉଁ ବ୍ୟକ୍ତିଙ୍କ ହୃଦୟ ବିଶାଳ ହୋଇଥାଏ, ସେମାନଙ୍କ ପାଇଁ ସାରା ପୃଥିବୀ ପରିବାର ସମାନ ହୋଇଥାଏ | ଯେଉଁମାନେ ସଂକୀର୍ଣ୍ଣ ହୃଦୟର ହୋଇଥାନ୍ତି ସେମାନେ ସର୍ବଦା ନିଜ ଓ ଅନ୍ୟ ମଧ୍ୟରେ ପାର୍ଥକ୍ୟ ଦେଖିଥାନ୍ତି |

ସମସ୍ତଙ୍କର ହିତ ସାଧନ କରିବା ଉଚିତ –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ସବୁବେଳେ ସମସ୍ତଙ୍କ ହିତପାଇଁ ଚିନ୍ତା କରିବା ଉଚିତ | ବ୍ୟକ୍ତିକୁ ସବୁବେଳେ ବଡ଼ ଉଦାର ହୃଦୟର ହେବା ଉଚିତ | କାରଣ ଯେତେବେଳେ ମଣିଷର ହୃଦୟ ବିଶାଳ ହୋଇଥାଏ ସେତେବେଳେ ସମସ୍ତେ ପ୍ରେମର ସହିତ କଥା ହୁଅନ୍ତି | ସମାଜରେ ମାନ -ସମ୍ମାନ ସହିତ ସମସ୍ତଙ୍କର ଭଲପାଇବା ମଧ୍ୟ ମିଳିଥାଏ |ଉଦାର ଏବଂ ବିଶାଳ ହୃଦୟଥିବା ଲୋକ ଦାନ ପୁଣ୍ୟ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ | ଏମିତି ଲୋକ ସମସ୍ତଙ୍କର ସାହାଯ୍ୟ କରିବା ପାଇଁ ସବୁବେଳେ ଆଗୁଆ ଥାଆନ୍ତି | ସେଥିପାଇଁ ସମସ୍ତଙ୍କୁ ବିଶାଳ ହୃଦୟର ମଣିଷ ହେବ ଉଚିତ | ପ୍ରକୃତରେ ଏମିତି ଲୋକଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି ଏବଂ ନିଜର କରି ନେଇଥାଆନ୍ତି |

ଏମିତି ଲୋକଙ୍କୁ ମିଳେନାହିଁ ପ୍ରେମ –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଛୋଟ ହୃଦୟର ହୋଇଥାଏ ,ତାହାର ଚିନ୍ତା ଶକ୍ତି ମଧ୍ୟ ଛୋଟ ହୋଇଥାଏ | ଏମିତି ଲୋକ ନିଜ ଏବଂ ପର ମଧ୍ୟରେ ଫସିକି ରହିଯାନ୍ତି | ତା’ ସହିତ ଏମିତି ଲୋକ କିଛି ବି କରିବା ପୂର୍ବରୁ ନିଜର ଲାଭ ବିଷୟରେ ଚିନ୍ତା କରିଥାନ୍ତି | ଏଥିପାଇଁ ଏମିତି ଲୋକଙ୍କୁ ସମାଜରେ ଏକ ଅଲଗା ଜାଗା ମିଳିଥାଏ | ଏମିତି ଲୋକଙ୍କୁ ସମସ୍ତେ ଘୃଣା ନଜରରେ ଦେଖନ୍ତି | ଏତିକି ନୁହେଁ ,ଏମିତି ଲୋକଙ୍କୁ ଜୀବନ ସାରା ଏକୁଟିଆ ରହିବାକୁ ପଡିଥାଏ | ଚାଣକ୍ୟଙ୍କ ଅନୁସାରେ ଛୋଟ ହୃଦୟର ଲୋକ କାହାରି ପ୍ରିୟ ହୋଇ ପାରନ୍ତି ନାହିଁ |

Leave A Reply

Your email address will not be published.