Below header

 ୫ ଘଣ୍ଟାରୁ କମ ଶୋଇଲେ ଶରୀର ଉପରେ ପଡିଥାଏ ସାଂଘାତିକ ପ୍ରଭାବ, ହୋଇପାରନ୍ତି ମାରାତ୍ମକ ରୋଗର ଶିକାର

ମନୁଷ୍ୟ ପାଇଁ ଖାଦ୍ୟ ଭଳି ନିଦ୍ରା ମଧ୍ୟ ଅପରିହାର୍ଯ୍ୟ | ଶରୀର ଯଦି ଠିକ ଭାବେ ବିଶ୍ରାମ ନପାଏ ତେବେ ନାନା ରୋଗର ଶିକାର ହୋଇପାରନ୍ତି | ଯଦି ଆପଣ ଏହି ବ୍ୟସ୍ତ ବହୁଳ ଜୀବନରେ ପ୍ରତିଦିନ ୫ ଘଣ୍ଟାରୁ କାମ ଶୋଉଚନ୍ତି ତାହେଲେ ଆପଣ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି | ନିଦ ପୁରା ନହେଲେ କଣ ସବୁ ଅସୁବିଧା ହେବ ଆସନ୍ତୁ ଜାଣିବା |

ମୁଣ୍ଡ ଘୁରେଇବା – ଠିକ ଭାବରେ ନିଦ ପୁରା ନ ହେଲେ ମସ୍ତିସ୍କ ବହୁତ ଥକା ଲାଗେ | ଏହି ଥକା କାରଣରୁ ମୁଣ୍ଡରେ କେତେ ପ୍ରକାରର ପରିବର୍ତନ ହୋଇଥାଏ | ଯାହା ଡିପ୍ରେସନ ,ଏନଜାଇଟି ଆଦି ବଢ଼ାଇ ଦେଇଥାଏ | ଏଥିପାଇଁ ସବୁବେଳେ 6ରୁ 8ଘଣ୍ଟା ଭଲ
ଭାବରେ ଶୋଇବା ଉଚିତ |

ଦ୍ରୁତ ଗତିରେ ଓଜନ ବଢିବା – ଯଦି କୌଣସି ମଣିଷ ନିଜ ନିଦ ପୁରା କରି ନ ପାରେ ତେବେ ଏହା ତାର ଓଜନ ଉପରେ ଫରକ ପଡିଥାଏ | ନିଦ କମ ହେଲେ ମସ୍ତିଷ୍କରେ କେତେ ପ୍ରକାର କେମିକାଲ ରିଆକ୍ସନ ହୋଇଥାଏ | ଯାହାଦ୍ୱାରା ପେଟ ପୁରିବା ପରେ ମଧ୍ୟ
ଆହୁରି ଖାଇବାକୁ ଇଛା ହୋଇଥାଏ | ଏଥିପାଇଁ ନିଦ ପୁରା ହେବା ବହୁତ ଜରୁରୀ ହୋଇଥାଏ ଯଦ୍ୱାରା ଓଜନ ବଢେ ନାହିଁ |

weight
photo credit : abplive.com

ଡାଇବେଟିସ – ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶରୀରରେ ଇନସୁଲିନ ଲେବଲ କମ ହୋଇଯିବା କାରଣରୁ ଡାଇବେଟିସର ବିପଦ ବଢ଼ି ଯାଇଥାଏ | ଏହା ନିଦ କମ ହେବାଦ୍ବାରା ହିଁ ହୋଇଥାଏ | ଯେଉଁମାନେ ପର୍ଯ୍ୟାପ୍ତ ମାତ୍ରାରେ ଶୋଇପାରନ୍ତି ନାହିଁ ସେମାନଙ୍କର ବ୍ଲଡ଼ ସୁଗାର ଲେବଲ ଅଧିକ ହୋଇ ଯାଇଥାଏ |

ଇମ୍ୟୁନିଟି ଉପରେ ପ୍ରଭାବ ପଡିବା – ଯେବେ ବି ଆପଣ କମ ଶୋଇବେ ଆପଣଙ୍କର ଇମ୍ୟୁନିଟି ମଧ୍ୟ କମିବାକୁ ଲାଗିବ |ଯାହାଦ୍ୱାରା ଆପଣ ବେମାର ମଧ୍ୟ ହୋଇ ପାରନ୍ତି | ଯେମିତି ଥଣ୍ଡା ,କାଶ ,ଜ୍ୱର ଆଦି ହୋଇପାରେ ଏବଂ ବହୁତ ଦୁର୍ବଳ ମଧ୍ୟ ଅନୁଭବ
କରିବେ | ଏଥିପାଇଁ ନିଜର ନିଦ ନିଶ୍ଚୟ ପୁରା କରନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.