Below header

ହେମା ମାଳିନୀଙ୍କୁ ବିବାହ କରିବାକୁ ଚାହିଁଥିଲେ ସଂଜୀବ କୁମାର, ହେଲେ ଏହି ସର୍ତ୍ତ ପାଇଁ ଦୁଇ ଜଣଙ୍କ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଛେଦ

ବଲିଉଡ୍ ର ଖ୍ୟାତନାମା ଆକ୍ଟର ସଂଜୀବ କୁମାରଙ୍କୁ କିଏ ବା ଜାଣି ନାହାନ୍ତି | ସେ ଫିଲ୍ମରେ ବହୁତ ନାମ କମେଇଛନ୍ତି |100ରୁ ଅଧିକ ଫିଲ୍ମରେ ସେ ବିଭିର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି | କିନ୍ତୁ ମାତ୍ର 47 ବର୍ଷ ବୟସରେ 1985 ମସିହାରେ ଏହି ଦୁନିଆରୁ ବିଦାୟ ନେଇଥିଲେ ସେ  |ଆଜି ବି ତାଙ୍କ ପ୍ରସଂସକ ତାଙ୍କୁ ବହୁତ ମନେ ପକାନ୍ତି |

ସଂଜୀବ କୁମାରଙ୍କ ପ୍ରଫେସନାଲ ଜୀବନ ସଂଗେ ସଂଗେ ପର୍ଶନଲ ଜୀବନ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି | ଏକ ଖବରରୁ ଜଣାଯାଏ ହେମା ମାଲିନୀ ଏବଂ ସଂଜୀବ କୁମାରଙ୍କ ସମ୍ପର୍କକୁ ନେଇ ସେତେ ବେଳେ ଖୁବ ଚର୍ଚା ଚାଲିଥିଲା | ଏକ ସାଙ୍ଗରେ ଦୁଇଜଣ ‘ସୀତା ଔର ଗୀତା ‘ଫିଲ୍ମରେ ଅଭିନୟ କରିଥିଲେ | ଏହି ସମୟରେ ଦୁହେଁ ଦୁହିଁଙ୍କୁ ପସନ୍ଦ କରୁଥିଲେ | କିନ୍ତୁ ବେଶୀ ସମୟ ପର୍ଯ୍ୟନ୍ତ ଦୁଇ ଜଣଙ୍କ ସମ୍ପର୍କ ରହି ନ ଥିଲା |

ଦୁଇ ଜଣଙ୍କ ଅଲଗା ହେବାର କାରଣ ସେମାନଙ୍କର ବିବାହକୁ ନେଇ ରଖା ଯାଇଥିବା ସର୍ତ୍ତ  ବୋଲି କୁହାଯାଏ | ଲେଖକ ହନିଫ ଜାବେରି ଏବଂ ସୁମନ୍ତ ବତ୍ରା ସଂଜୀବଙ୍କ ଜୀବନୀରେ ଖୋଲା ଖୋଲି ଲେଖିଛନ୍ତି କେମିତି ସେମାନଙ୍କ ସମ୍ପର୍କରେ ଦୂରତା ଆସିଥିଲା |

‘ସୀତା ଔର ଗୀତା ‘ଫିଲ୍ମର ହିଟ ଗୀତ ‘ହବା କେ ସାଥ ସାଥ’  ସୁଟିଂ ସମୟରେ ପାହାଡ଼ରୁ ତଳକୁ ଆସୁଥିବା ବେଳେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ | ସେ ସମୟରେ ନିଜ ଅପେକ୍ଷା ଜଣେ ଆର ଜଣଙ୍କ ଚିନ୍ତା କରୁଥିଲେ | ସଂଜୀବ ଙ୍କ ମା’ ମଧ୍ୟ ହେମାଙ୍କୁ ପସନ୍ଦ କରି ସାରି ଥିଲେ |
ହେମା ଯେବେ ବି ତାଙ୍କ ମାଙ୍କ ସାମ୍ନାକୁ ଆସୁଥିଲେ ମୁଣ୍ଡରେ ଶାଢ଼ୀ ଦେଇ ପାଦ ଛୁଉଁ ଥିଲେ |

1991ରେ ଏକ ଇଣ୍ଟରଭିୟୁ ରେ ହେମା କହିଥିଲେ କି ସଂଜୀବ କୁମାର ଏକ ବିନମ୍ର ପତ୍ନୀ ଚାହୁଁ ଥିଲେ, ଯାହା ସେ କେବେ ବି ହୋଇ ପାରି ନ ଥାନ୍ତେ | ଘରେ ରହିଁ ତାଙ୍କ ମା’ ଙ୍କର ସେବା କରିବା ପରି ଏକ ପତ୍ନୀ ସେ ଚାହୁଁ ଥିଲେ | ହେମାଙ୍କୁ ସଞ୍ଜିବ ବିବାହ କରିବାକୁ ଚାହୁଁ ଥିଲେ ମଧ୍ୟ ହେମା ମାଳିନୀ ଏହି କାରଣରୁ ତାଙ୍କଠାରୁ ଦୁରେଇ ଯାଇଥିଲେ |

ସୁଲକ୍ଷଣା ପଣ୍ଡିତ ସଂଜୀବଙ୍କୁ ବହୁତ ଭଲ ପାଉଥିଲେ ମଧ୍ୟ ସଂଜୀବ କୁମାର ଆଜୀବନ ଅବିବାହିତା ରହିଥିଲେ | କିନ୍ତୁ ହେମା ମାଳିନୀ ଧର୍ମେନ୍ଦ୍ରଙ୍କୁ ବିବାହ କରି ନିଜର ଅଭିନୟ ଜୀବନ ଜାରି ରଖିଥିଲେ |

ଘଟଣା ଏମିତି ଥିଲା ,ସଂଜୀବ କୁମାର ନିଜ ମା’ ଶାନ୍ତାବେନଙ୍କ ସହିତ ବହୁତ ଗୁଡିଏ ମିଠାଈ ପାକେଟ ନେଇ ହେମାଙ୍କ ଘରେ ପହଂଚି ଥିଲେ ହେମାଙ୍କ ମା’ ମଧ୍ୟ ତାଙ୍କୁ ଦେଖି ବହୁତ ଖୁସି ହୋଇଥିଲେ | ହେମାଙ୍କ ମା’ ଜୟା ଚକ୍ରବର୍ତୀ ବିବାହ ପାଇଁ ଏକ ସର୍ତ୍ତ ରଖିଥିଲେ |

ତାଙ୍କର କହିବା ଥିଲା ,”ମୁଁ ଖୁସି କି ଆପଣ ମୋ ଝିଅ ହେମାକୁ ନିଜର ବୋହୁ ଭାବରେ ସ୍ୱୀକାର କରିବାପାଇଁ ପ୍ରସ୍ତୁତ ଅଛନ୍ତି କିନ୍ତୁ ମୋର ସର୍ତ୍ତ କି ସେ ବିବାହ ପରେ ମଧ୍ୟ ନିଜର କ୍ୟାରିୟର ଏମିତି ଜାରି ରଖିବ ”| ଯେଉଁ କଥାକୁ ସଂଜୀବ କୁମାର ଗ୍ରହଣ କରିପାରି ନଥିଲେ | ସାରା ଜୀବନ ଅଵିଵାହିତ ରହିଗଲେ ପଛେ ହେମାଙ୍କୁ ଭୁଲି ସୁଲକ୍ଷଣା ପଣ୍ଡିତଙ୍କ ପ୍ରେମକୁ ସ୍ୱୀକାର କରି ପାରି ନଥିଲେ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.