Below header

ଘରର ଏହି ଜିନିଷଗୁଡିକ ସୃଷ୍ଟି କରିଥାଏ ନକରାତ୍ମକ ଶକ୍ତି, ଘରୁ ତୁରନ୍ତ ବାହାର କରନ୍ତୁ ନଚେତ ହୋଇପାରେ ଧନ ହାନିର କାରଣ

ଘରେ ଥିବା ବାସ୍ତୁ ଦୋଷ ବ୍ୟକ୍ତିର ସଫଳତା ଏବଂ ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ | କଠିନ ପରିଶ୍ରମ କରି ମଧ୍ୟ ଯଦି ବ୍ୟକ୍ତି ଉନ୍ନତି କରି ନପାରିଲା ତାହେଲେ ଜାଣିବେ ଘରେ କିଛି ଜିନିଷ ନକରାତ୍ମକତା ସୃଷ୍ଟି କରୁଛି |

ଏହାଦ୍ୱାରା ସୁଖ -ଶାନ୍ତି ,ସମୃଦ୍ଧି ନଷ୍ଟ ହୋଇ ଯାଇଥାଏ | ଏଥିପାଇଁ ବାସ୍ତୁ ର କିଛି ଟିପ୍ସକୁ ମନେ ରଖିବା ନିହାତି ଜରୁରୀ | ଏହାଦ୍ୱାରା ଘରେ ପଜେଟିଭ ଶକ୍ତି ରହିଥାଏ | ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡିକୁ ଘରୁ ବାହାର କରିବା ଜରୁରୀ ଅଟେ |

plant
photo credit : abplive.com

ଶୁଖି ଯାଇଥିବା ଗଛ – ଘରେ ଗଛ ଲଗାଇବା ଦ୍ୱାରା ସତେଜତା ମିଳିଥାଏ ,ଯଦ୍ୱାରା ସକାରାତ୍ମକତା ସୃଷ୍ଟି ହୋଇଥାଏ | କିନ୍ତୁ ଘରୁ ଶୁଖି ଯାଇଥିବା ଗଛ -ବୃକ୍ଷକୁ ତୁରନ୍ତ ହଟାଇ ଦେବା ଉଚିତ | ଘରେ ଥିବା ଗଛ ଗୁଡିକରେ ନିୟମିତ ପାଣି ଦେବା ମଧ୍ୟ ଉଚିତ |

ବନ୍ଦ ଘଡି – ବାସ୍ତୁ ଅନୁସାରେ କାନ୍ଥରେ ଟଙ୍ଗା ହୋଇଥିବା ବନ୍ଦ ଘଡ଼ିକୁ ତୁରନ୍ତ କାଢି ଦିଅନ୍ତୁ | ନହେଲେ ଏ ଆପଣଙ୍କ ଭାଗ୍ୟରେ ତାଲା ଲଗେଇ ଦେଇ ପାରେ |

home
photo credit : abplive.com

ଅପରିସ୍କାର ଘର – ଅପରିଷ୍କାର ଘରେ ନା ମା’ ଲକ୍ଷ୍ମୀଙ୍କ କୃପା ହୋଇଥାଏ ନା ଧନ -ଧାନ୍ୟ ବଢ଼ି ଥାଏ | ପ୍ରତ୍ୟକ ଜିନିଷକୁ ଠିକ ଜାଗାରେ ରଖାଗଲେ ଘରେ ସାକରାତ୍ମକତା ଆସି ଥାଏ | ଏହା ସହିତ ସପ୍ତାହରେ ଥରେ ଘର ପୋଛିବା ପାଣିରେ ଲୁଣ ଅବଶ୍ୟ ମିଳାନ୍ତୁ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.