ଭୁବନେଶ୍ବର କାର୍ଗିଲ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ।   ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ,ରୋସନ ଜେନା ଏବଂ ଶଙ୍କିତ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ସ୍ଥାନୀୟ ଲୋକେ ଏବଂ ସାଙ୍ଗସାଥି ମିଶି ୩ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ।

ଅବସ୍ଥା ଗୁରୁତର ହେବାରୁ ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନନ୍ତାର କରାଯାଇଛି । କାର୍ଗିଲ ବସ୍ତିରେ ଥିବା ହାପି ଗ୍ୟାରେଜର ମାଲିକ ହାପି ତାର ସହଯୋଗୀ ମାନେ ମିଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣା ସ୍ଥଳରେ ଏୟାର ପୋର୍ଟ ଥାନା ପୋଲିସ ପହଂଚି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.