Below header

ମୟୂରଭଞ୍ଜ : ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ସହ ବ୍ଲାକମେଲ କରି ଦୁଷ୍କର୍ମ ଘଟଣା,୭ ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ(କେନ୍ୟୁଜ୍):  ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଓ ବ୍ଲାକମେଲ କରି ଦୁଷ୍କର୍ମ ଘଟଣାରେ ୭ ଅଭିଯୁକ୍ତ ଗିରଫ। ବିନ୍ଦାସ ଗ୍ରୁପର ୭ଜଣଙ୍କୁ ଗିରଫ କରିଛି ମୟୂରଭଞ୍ଜ ପୋଲିସ। ସୁନ୍ଦରଗଡ ଜିଲ୍ଲାରୁ ଜଣେ ଗିରଫ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ୨ଜଣ ଓ ୪ ଜଣ ମୟୂରଭଞ୍ଜ ଜିଲ୍ଲାରୁ ଗିରଫ ହୋଇଛନ୍ତି। ଏନେଇ ମୟୂରଭଞ୍ଜ ଏସପି ରିଷିକେଶ ଡି ଖିଲାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ଗ୍ୟାଙ୍ଗରେ ଆହୁରି ମଧ୍ୟ ସଦସ୍ୟ ରହିଥିବା ତଦନ୍ତରୁ ଜଣାପଡ଼ିଛି।

ମୟୂରଭଞ୍ଜ ପୋଲିସ ଅଧିକ ଖୋଲତାଡ କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ହାଇଦ୍ରାବାଦ ଯାଇଥିବା କହିଛନ୍ତି ଏସପି। ୨୦୨୦ ମସିହରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଞ୍ଚଳର ଜଣେ ଯୁକ୍ତ ଦୁଇଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲା ଏହି ଗ୍ରୁପ। ପରେ ଛାତ୍ରୀ ଜଣକ ଲୋକଲଜ୍ୟା ଭୟରେ ଆତ୍ମହତ୍ୟା କରିଥିଲେ। ଯୁବତୀଙ୍କ ଭାଇଙ୍କ ଲିଖିତ ଅଭିଯୋଗକୁ ପରେ ହୋଇଥିଲା ତଦନ୍ତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.