ଟିଆରପି ଟିଭି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଏହା ଦ୍ୱାରା କଣ ହୋଇଥାଏ 

ଟିଭି ଚ୍ୟାନେଲ ଗୁଡିକର ରେଟିଂ ବାର୍କ ଇଣ୍ଡିଆ ଦ୍ୱାରା ଜାରି କରାଯାଇଛି । ଖବରକାଗଜ ପରି ଯେପରି ଅଡିଟ ବ୍ୟୁରୋ ଅଫ ସର୍କୁଲେସନ ଖବରକାଗଜର ପ୍ରଚାର ବିଷୟରେ କହିଥାଏ । ଏବଂ ଏହା କେବଳ ଖବରକାଗଜର ମୂଲ୍ୟାୟନ ନିର୍ଣ୍ଣୟ କରେ, ସେହିଭଳି ରେଟିଂ ଟିଭି ଚ୍ୟାନେଲ ପାଇଁ ବାର୍କ ଜାରି କରାଯାଇଛି । ତେବେ ପ୍ରକୃତରେ ବାର୍କ ରେଟିଂ କିଭଳି ଦେଉଛି । ଏହା କିପରି ମୂଲ୍ୟାୟନ ସ୍ଥିର କରେ । ମୂଲ୍ୟାୟନର ଆଧାର କଣ ଏବଂ ଏଥିରେ କେଉଁ ଟେକ୍ନୋଲୋଜି ବ୍ୟବହୃତ ହୁଏ । ଜାଣିବା ବିସ୍କୃତ ଭାବରେ ।

ବାର୍କର ଫୁଲଫର୍ମ ହେଉଛି ବ୍ରଡକାଷ୍ଟ ଅଡିଅନ୍ସ ରିସର୍ଚ୍ଚ କାଉନସିଲ । ଏହା ଟିଆରପି ଅର୍ଥାତ ଟେଲିଭିଜନ ରେଟିଂ ପଏଣ୍ଟ ସ୍ଥିର କରେ । ବ୍ରଡକାଷ୍ଟର ଅର୍ଥାତ ପ୍ରସାରଣ କର୍ତ୍ତା, ବିଜ୍ଞାପନଦାତା, ବିଜ୍ଞାପନ ଓ ମିଡିଆ ଏଜେନ୍ସିକୁ ପ୍ରତିନିଧିତ୍ୱ କରୁଥିବା ଷ୍ଚକହୋଲ୍ଡରଙ୍କ ଦ୍ୱାରା ଏହା ମିଳିତ ଉଦ୍ୟୋଗ ଅଟେ । ବାର୍କ ଇଣ୍ଡିଆ ୨୦୧୦ରେ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟାଳୟ ମୁମ୍ବାଇରେ ଅଟେ । ଏହା ଦୁନିଆର ସବୁଠାରୁ ବଡ ମେଜରମେଣ୍ଟ ସଂସ୍ଥା ଅଟେ ।

ବାର୍କର ଖାସିୟତ ହେଉଛି ମର୍ଡନ ଟେକନିକ ଓ ଉଦ୍ୟୋଗର ମିଶ୍ରଣ । ଟିଭି ଦର୍ଶକଙ୍କ ସଠିକ ଓ ସ୍ୱଚ୍ଛ କାର୍ଯ୍ୟ ପାଇଁ ବାର୍କ ଇଣ୍ଡିଆ ଦାୟୀ ଅଟେ । ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ନିରାପଦ ଓ ଭବିଷ୍ୟତ ଜ୍ଞାନ କୌଶଳ ଉପରେ ଆଧାରିତ ଅଟେ ।

ଟିଆରପିର ସମ୍ପୂର୍ଣ୍ଣ ଫର୍ମ ହେଉଛି ଟେଲିଭିଜନ ରେଟିଂ ପଏଣ୍ଟ । ଟିଆରପି ହେଉଛି ଏକ ସାଧନ ଯାହା ଦ୍ୱାରା କେଉଁ ପ୍ରୋଗ୍ରାମ କିମ୍ବା କେଉଁ ଟିଭି ଚ୍ୟାନେଲ ସବୁଠୁ ଅଧିକ ଦେଖାଯାଉଛି ତାହା ଜାଣିବାକୁ ମିଳେ । ଏହା ଦ୍ୱାରା ଅନୁମାନ କରାଯାଏ ଯେ ଏକ ନ୍ୟୁଜ ଚ୍ୟାନେଲ କିମ୍ବା କୌଣସି ପ୍ରୋଗ୍ରାମ କିମ୍ବା ମନୋରଞ୍ଜନ ଚ୍ୟାନେଲର ଲୋକପ୍ରିୟତା କେତେ ଏବଂ ଏହାକୁ କେତେ ଲୋକ ପସନ୍ଦ କରନ୍ତି । ଭାରତରେ ବ୍ରଡକାଷ୍ଟ ଅଡିଅନ୍ସ ରିସର୍ଚ୍ଚ କାଉନସିଲ ନାମକ ଏକ ସଂସ୍ଥା ହିଁ ଟିଭି ଚ୍ୟାନେଲ ଗୁଡିକର ଟିଆରପି ଆକଳନ କରିବା ପାଇଁ କାର୍ଯ୍ୟ କରେ । କେଉଁ ସମୟରେ କେଉଁ ଟିଭି ଚ୍ୟାନେଲକୁ ଅଧିକ ଦେଖାଯାଏ ତାହା ଜାଣିବା ପାଇଁ ଏହି ଏଜେନ୍ସି ବିଭିନ୍ନ ଫ୍ରିକ୍ୱେନ୍ସି ଯାଞ୍ଜ କରେ ।

ବାର୍କ ଅନେକ ଟିଭି ପ୍ରିକ୍ୱେନ୍ସିରୁ ତଥ୍ୟ ନେଇ ସମଗ୍ର ଟିଭି ଚ୍ୟାନେଲ ଗୁଡିକର ଟିଆରପି ଆକଳନ କରେ । ଟିଆରପି ମାପିବା ପାଇଁ ଏହି ଏଜେନ୍ସି ଏକ ସ୍ୱତନ୍ତ୍ର ଗ୍ୟାଜେଟ ବ୍ୟବହାର କରେ । ଟିଆରପି ମାପିବା ପାଇଁ କିଛି ସ୍ଥାନରେ ବାରୋ ମିଟର କିମ୍ବା ପିପୁଲ ମିଟର ଲଗାଯାଏ । ଏହି ଉପାୟରେ ଏହା ବୁଝାଯାଏ କି କିଛି ହଜାର ଦର୍ଶକଙ୍କ ଦେଖିବା ସ୍ୟାମ୍ପଲ ଅର୍ଥାତ ସେହି ନମୁନାକୁ ନେଇ ସର୍ଭେ କରାଯାଇଥାଏ ।

ଏହି ସ୍ୟାମ୍ପଲରେ ସାମିଲ ଥିବା ଦର୍ଶକମାନେ ଟିଭି ଦେଖୁଥିବା ସମଗ୍ର ଦର୍ଶକଙ୍କ ପ୍ରତିଶତ ବୋଲି ହିସାବ କରାଯାଏ । ବର୍ତ୍ତମାନ କିଛି ସ୍ୱତନ୍ତ୍ର ଫ୍ରିକ୍ୱେନ୍ସି ଦ୍ୱାରା ଏହି ବାରୋମିଟର କେଉଁ ପ୍ରୋଗ୍ରାମ କିମ୍ବା ଚ୍ୟାନେଲକୁ କେତେଥର ଦେଖାଯାଉଛି ତାହା ଖୋଜି ବାହାର କରେ । ଏହି ମିଟର ମାଧ୍ୟମରେ ପ୍ରତ୍ୟେକ ମିନିଟର ହିସାବ ଟିଭି ସୂଚନା ମନିଟରିଂ ଏଜେନ୍ସିକୁ ପଠାଯାଏ । ଏହି ଦଳ ବାରୋମିଟରରୁ ପ୍ରାପ୍ତ ସୂଚନାକୁ ବିଶ୍ଳେଷଣ କରେ ଏବଂ କେଉଁ ଚ୍ୟାନେଲ କିମ୍ବା ପ୍ରୋଗ୍ରାମର ଟିଆରପି କେତେ ତାହା ସ୍ଥିର କରେ ।

ଟିଆରପି ମାପିବା ପାଇଁ ଦର୍ଶକଙ୍କ ଦ୍ୱାରା ନିୟମିତ ଭାବରେ ନିଆଯାଇଥିବା ପ୍ରୋଗ୍ରାମ ଏବଂ ସମୟ କ୍ରମାଗତ ଭାବରେ ରେକର୍ଡ ହୁଏ ଏବଂ ପ୍ରୋଗ୍ରାମର ହାରାହାରି ରେକର୍ଡ ପାଇବା ପାଇଁ ଏହି ତଥ୍ୟକୁ ୩୦ଗୁଣ କରାଯାଇଥାଏ । ଏହି ବାରୋମିଟର ଯେକୌଣସି ଟିଭି ଚ୍ୟାନେଲ ଏବଂ ଏହାର ପ୍ରୋଗ୍ରାମ ବିଷୟରେ ସମ୍ପୂର୍ଣ୍ଣ ସୂଚନା ବାହର କରିଥାଏ ।
ଟେଲିଭିଜନ ରେଟିଂ ପଏଣ୍ଟ ଅନୁଯାୟୀ ସବୁଠାରୁ ଲୋକପ୍ରିୟ ଚ୍ୟାନେଲ ଗୁଡିକର ତାଲିକା ପ୍ରସ୍ତୁତ କରାଯାଏ ଏବଂ ତାପରେ ଶ୍ରେଷ୍ଠ ୧୦ ଟିଆରପି ଟିଭି ସିରିୟଲ, ଟିଭି ନ୍ୟୁଜ ଚ୍ୟାନେଲ ସାପ୍ତାହିକ କିମ୍ବା ମାସିକ ତଥ୍ୟ ସାର୍ବଜନୀନ ହୁଏ ।

ଟିଆରପି ସିଧାସଳଖ ଟିଭି କିମ୍ବା ନ୍ୟୁଜ ଚ୍ୟାନେଲର ରୋଜଗାର ସହିତ ଜଡିତ । ଚ୍ୟାନେଲର ଟିଆରପି ଦ୍ୱାରା ବିଜ୍ଞାପନ ଗୁଡିକ ଗ୍ରହଣ କରାଯାଏ । ବିଜ୍ଞାପନ ଦାତାଙ୍କ ପାଇଁ ଟିଆରପି ବହୁତ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ବିଜ୍ଞାପନ ଦାତାଙ୍କୁ ଅତି ସହଜରେ ଜାଣିବାକୁ ଅନୁମତି ଦିଏ । କେଉଁ ଚ୍ୟାନେଲରେ ସେମାନଙ୍କ ଉତ୍ପାଦ କିମ୍ବା ସେବା ବିଜ୍ଞାପନ ଦ୍ୱାରା ଅଧିକ ଲାଭବାନ ହେବ । ପ୍ରତ୍ୟେକ ବିଜ୍ଞାପନ ଦାତା ସର୍ବାଧିକ ଟିଆରପି ଚ୍ୟାନେଲ ସହିତ ବିଜ୍ଞାପନ କରିବାକୁ ପସନ୍ଦ କରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.