Below header

ସାବଧାନ୍‌ ଆପଣଙ୍କ କ୍ରେଡିଟ୍‌ କାର୍ଡ଼ ଆଉ କାହା ପାଖରେ ନାହିଁ ତ ? ଠକାମୀର ହୋଇପାରନ୍ତି ଶିକାର

ଆଜି ପୁଣି ସାଇବର ଥାନା ପୋଲିସ ପୁଣି ଲୋକଙ୍କ ଠାରୁ ଆଠ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରିଛି l ଯାହା ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l

ଲୋକମାନଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଚୁନା ଲଗାଉଛନ୍ତି ଠକ l ଗତ କାଲି କାର ସ୍କାମ୍ ରେ ଲୋକଙ୍କ ଠାରୁ ଚାଳିଶ କୋଟି ଠକେଇ କରି ନେଇଥିବା ବେଳେ ଆଜି ପୁଣି ସାଇବର ଥାନା ପୋଲିସ ପୁଣି ଲୋକଙ୍କ ଠାରୁ ଆଠ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଛଅ ଜଣଙ୍କୁ ଗିରଫ କରିଛି l ଯାହା ବର୍ତ୍ତମାନ ରାଜଧାନୀ ଭୁବନେଶ୍ୱର ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି l ତେବେ ଏହି ଲୁଟେରା ମାନେ କେମିତି ଲୋକଙ୍କ ଠାରୁ ଲୁଟ କରନ୍ତି କୋଟି କୋଟି ଟଙ୍କା ଆସନ୍ତୁ ଶୁଣିବା l

ବାସ୍ତବରେ ଏହି ଲୁଟେରା ମାନେ ବହୁତ ସାତିର୍‌ । ଲୋକଙ୍କୁ ଠକିବା ପାଇଁ ବୁଦ୍ଧି ଖର୍ଚ୍ଚ କରିବାରେ ଟିକେ ବି ହେଳା କରୁନାହାଁନ୍ତି l ପ୍ରଥମେ ଲୋକଙ୍କୁ ଲୋନ କରାଇଦେବାକୁ ପ୍ରଲୋଭନ ଦେଖାନ୍ତି l ସେମାନଙ୍କ ନାଁରେ ବ୍ୟାଙ୍କ ଆକଉଣ୍ଟ ଖୋଲନ୍ତି l ତାପରେ ସେମାନଙ୍କ ନାଁରେ ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୋନ ଉଠାନ୍ତି l ସେହି ଲୋକଙ୍କ ଲୋନ ଟଙ୍କାରୁ କାହାକୁ କୋଡିଏ ହଜାର କାହାକୁ ପଚାଶ ହଜାର କାହାକୁ ପାଞ୍ଚ ହଜାର ଦେଇ ସନ୍ତୁଷ୍ଟ କରନ୍ତି l ଆଉ ବାକି ଟଙ୍କା ସବୁ ନିଜେ ଚଳୁ କରନ୍ତି l କିନ୍ତୁ ଏପଟରେ ବ୍ୟାଙ୍କ ରୁ ଋଣ ଟଙ୍କା ନେଇଥିବା ଲୋକଙ୍କୁ ବ୍ୟାଙ୍କ ନୋଟିସ ପଠାନ୍ତି ଋଣ ପଇଠ କରିବାକୁ l ଏବଂ ଋଣ କିସ୍ତି ଟଙ୍କା ଆଦାୟ କରିବାକୁ ବ୍ୟାଙ୍କ ଅଦାୟକାରୀ ପହଞ୍ଚି ଯାଆନ୍ତି ଘରେ l

ଏହିସବୁ ଘଟଣାକୁ କେନ୍ଦ୍ର କରି ଲୋନ ଠକେଇର ଶିକାର ହୋଇଥିବା ଲୋକ ମାନେ ଥାନାରେ ଆସି ପହଞ୍ଚି ସେମାନଙ୍କ ନାମରେ ଅଭିଯୋଗ କରିଥିଲେ l ଅଭିଯୋଗ ଅଧାରରେ ସାଇବର ଥାନା ପୋଲିସ ଉକ୍ତ ସଂସ୍ଥାର ମୂଖ୍ୟ ବିଭୁ ତ୍ରିପାଠୀ ସହିତ ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନଙ୍କ ଠାରୁ ୪୫୦ଟି କ୍ରେଡିଟ କାର୍ଡ, ୬ଟି ସ୍ୱାଇପ ମେସିନ ପୁଳା ପୁଳା ବ୍ୟାଙ୍କ୍ ପାସ ବୁକ୍ ନଗଦ ଆଠ ଲକ୍ଷ ଟଙ୍କା ଓ ଅନେକ ମୋବାଇଲ ସହିତ ଅନ୍ୟାନ୍ୟ ବ୍ୟାଙ୍କ୍ କାଗଜ ପତ୍ର ଜବତ କରିଛି ସାଇବର ପୋଲିସ୍ l କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏହି କୋଟି କୋଟି ଟଙ୍କା ଠକେଇ ଘଟଣା ରେ ଆଉ କେଉଁ ମାନେ ସମ୍ପୃକ୍ତ ଅଛନ୍ତି l ଏହାର ଚେର କେତେବାଟ ଲମ୍ବିଛି ଏସବୁର ଖୁଲାସା କେବେ ହେଉଛି ତାକୁ ହିଁ ଦେଖିବା
ବାକି ରହିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.