ଚଳନ୍ତା କାର୍ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ୍ ଘଟଣା, ୬ ଗିରଫ
ଚଳନ୍ତା କାର୍ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ୍ ଘଟଣାରେ ୬ ଗିରଫ। ୬ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୋଲିସ।
ଚଳନ୍ତା କାର୍ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ୍ ଘଟଣାରେ ୬ ଗିରଫ। ୬ଜଣ ଦୁର୍ବୃତ୍ତଙ୍କୁ ଗିରଫ କଲା କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ପୋଲିସ। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୮ଟି ଜୀବନ୍ତ ଗୁଳି, ଗୋଟିଏ ୪ ଚକିଆ ଗାଡ଼ି ସହ, ୩ଟି ବାଇକ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ମୟୁରଭଞ୍ଜ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ଗତ ୧୮ ତାରିଖ ରାତିରେ ଖିରେଇଟାଙ୍ଗିରି ଟୋଲଗେଟ୍ ନିକଟରେ ବାଦାମପାହାଡ଼ ଅଞ୍ଚଳର ଏସକେ ଅହମଦ ହୁସେନ୍ ଡ୍ରାଇଭର୍ ସହ କାର୍ ରେ ଆସୁଥିବା ବେଳେ, ୬ ରୁ ୭ ଜଣ ଦୁର୍ବୃତ୍ତ ଏକ ଚାରିଚକିଆ ଗାଡ଼ି ଓ ପଲସର୍ ବାଇକରେ ପିଛା କରି ଗୁଳିମାଡ଼ କରିଥିଲା। ତାଙ୍କଠାରୁ ୧୫ ହଜାର ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ।