Below header

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା, ୬ ଗୁରୁତର

ଭଦ୍ରକରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ୬ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭଦ୍ରକ ଟାଉନ ଥାନାର ଚରମ୍ପା ବରାଳ ପୋଖରୀରେ ନରହରି ଦଳେଇ ଓ ମନୋଜ ସେନାପତିଙ୍କ ପରିବାର ମଧରେ ଜମିବାଡ଼ିକୁ ବହୁ ଦିନରୁ ବିବାଦ ଲାଗି ରହିଛି ।

ଭଦ୍ରକ (କେନ୍ୟୁଜ): ଭଦ୍ରକରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ୬ ଗୁରୁତର । ସେମାନଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଭଦ୍ରକ ଟାଉନ ଥାନାର ଚରମ୍ପା ବରାଳ ପୋଖରୀରେ ନରହରି ଦଳେଇ ଓ ମନୋଜ ସେନାପତିଙ୍କ ପରିବାର ମଧରେ ଜମିବାଡ଼ିକୁ ବହୁ ଦିନରୁ ବିବାଦ ଲାଗି ରହିଛି । ଏନେଇ ନରହରିଙ୍କ ପରିବାର ଲୋକ ଥାନାରେ ଜଣାଇଥିଲେ । ପୋଲିସ ଗତକାଲି ଉଭୟ ପକ୍ଷକୁ ଥାନାକୁ ଡାକି ଆଲୋଚନା କରିଥିଲା । ଗାଁକୁ ଯାଇ ମଧ୍ୟ ତଦନ୍ତ କରିଥିଲା ପୋଲିସ । ମନୋଜ ସେନାପତିଙ୍କ ପରିବାର ଲୋକ ଏହି ଘଟଣାକୁ ନେଇ ରାଗ ରଖିଥିଲେ । ପୋଲିସ ଯିବା ପରେ ସେମାନେ ନରହରିଙ୍କ ପରିବାର ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ନରହରିଙ୍କ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି । ସେହିପରି ପ୍ରତି ଆକ୍ରମଣରେ ମନୋଜ ସେନାପତିଙ୍କ ପରିବାରର ଜଣେ ଆହତ ହୋଇଥିବା ଜଣାଯାଇଛି ।ତାଙ୍କୁ ମଧ୍ୟ ଭଦ୍ରକ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.