Below header

କେନ୍ଦୁଝର ନଳପଙ୍ଗା ଗାଁରେ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ୬୧ ଜଣ ଜୁଆଙ୍ଗ ଅଟକ

କେନ୍ଦୁଝର(କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ନଳପଙ୍ଗା ଗାଁରେ ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ୬୧ ଜଣ ଜୁଆଙ୍ଗ ଅଟକ । ପଣ୍ଡାପଡ଼ା ଥାନା ନଳପଙ୍ଗା ଗାଁରେ ଏକ ଜମିକୁ ନେଇ ଜୁଆଙ୍ଗ ଓ କୁଡୁମୀ ବା ମହାନ୍ତଙ୍କ ମଧ୍ୟରେ ଗତ ୩ ବର୍ଷ ହେଲା ବିବାଦ ଲାଗି ରହିଛି । ଏହି ଘଟଣାରେ ଗତ ୨ ତାରିଖ ଦିନ କୁଡୁମୀମାନେ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ । ସେପଟେ ଏହାକୁ ନେଇ ଜୁଆଙ୍ଗଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ଗତ ୪ ତାରିଖରେ ବିବାଦୀୟ ଜମିରେ ୧୪୪ ଧାରା ଜାରି କରାଯାଇଥିଲା । ଏ ଭିତରେ ଜମି ବିବାଦ ମାମଲାରେ ଉତ୍ତରାଞ୍ଚଳ ଆରଡିସିଙ୍କ କୋର୍ଟ ରାୟ ପ୍ରକାଶ କରିଛନ୍ତି । କୁଡୁମୀ ବା ମହାନ୍ତଙ୍କ ସପକ୍ଷରେ ରାୟ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.