Below header

ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ସୁନା ଜବତ, ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ଜବତ କଲା ସିଆଇଏସ୍‌ଏଫ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ଥରେ ଜବତ ହେଲା ଚୋରା ସୁନା । ୬୧୦ ଗ୍ରାମର ଦୁଇ ଖଣ୍ଡ ସୁନା ବିସ୍କୁଟ ସିଆଇଏସ୍‌ଏଫ୍‌ ଜବତ କରିବା ପରେ କଷ୍ଟମସ୍‌ ବିଭାଗକୁ ହସ୍ତାନ୍ତର କରିଛି । ଜବତ ସୁନାର ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା । ବ୍ୟାଙ୍କକରୁ ଆସୁଥିବା ଅମରଜିତ୍‌ ସିଂହ ନାମକ ବ୍ୟକ୍ତିଙ୍କଠାରୁ ଏହି ଚୋରା ସୁନା ଜବତ ହୋଇଛି । ଦୁଇଟି ସୁନା ବିସ୍କୁଟକୁ ବ୍ଲାକଟେପ୍‌ରେ ଗୁଡ଼ାଇ ସେ ନିଜ ପଗଡ଼ି ଭିତରେ ରଖିଥିଲେ । ଏୟାରପୋର୍ଟରେ ତଲାସୀ ସମୟରେ ସିଆଇଏସ୍‌ଏଫ୍‌ ହାତରେ ଧରାପଡ଼ିଥିଲେ । ଗତ କିଛି ମାସ ହେଲା ବାରମ୍ବାର ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରା ସୁନା ଜବତ ହେଉଛି ।

GOLD SMUGLING-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.