ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତଙ୍କ ଭାଗ୍ୟ ପରୀକ୍ଷା : ବିଧାନସଭାରେ ଦେବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ, ୨୧ ବିଧାୟକଙ୍କ ସମର୍ଥନ ଥିବା ଦାବି ଆଉ ମ୍ୟାଜିକ ସଂଖ୍ୟା ୧୯

ଗୋଆ : ଶକ୍ତି ପରୀକ୍ଷାର ସାମନା କରିବେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଗୋଆ ବିଧାନସଭାରେ ଏବେ ୩୬ ବିଧାୟକ ଅଛନ୍ତି । ମ୍ୟାଜିକ ସଂଖ୍ୟା ୧୯ । ତେବେ ବିଜେପି ସରକାର ପ୍ରତି ୨୧ ଜଣ ବିଧାୟକଙ୍କ ସମର୍ଥନ ଥିବା ଦଳ ଦାବି କରିଛି । ଗୋଆ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୪୦ । ପୂର୍ବରୁ ବିଜେପିରେ ଜଣେ ଓ କଂଗ୍ରେସର ଦୁଇ ବିଧାୟକ ଇସ୍ତଫା ଦେଇଥିଲେ । ମନୋହର ପାରିକରଙ୍କ ପରଲୋକ ପରେ ଏବେ ବିଧାୟକଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ବିଧାନସଭାରେ ବିଜେପିର ୧୨ ଜଣ ବିଧାୟକ ଥିବା ବେଳେ ଗୋଆ ଫରୱାର୍ଡ ପାର୍ଟି, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ ଲେଖାଏଁ ଓ ୩ ସ୍ୱାଧୀନ ବିଧାୟକଙ୍କ ପ୍ରମୋଦ ସାୱନ୍ତ ସରକାରଙ୍କ ପ୍ରତି ସମର୍ଥନ ରହିଥିବା ବିଜେପି ଦାବି କରିଛି । ସେହିପରି କଂଗ୍ରେସର ୧୪ ଜଣ ବିଧାୟକ ଅଛନ୍ତି । ସୋମବାର ରାତି ଗୋଟାଏ ୫୦ ମିନିଟରେ ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲେ ସୁଦିନ ଧଓ୍ଵଲିକର ଓ ଗୋଆ ଫରଓ୍ଵାର୍ଡ ପାର୍ଟିର ବିଜୟ ସରଦେସାଇ। ପୂର୍ବରୁ ସାୱନ୍ତ ଗୋଆ ବାଚସ୍ପତି ଥିଲେ ।

Leave A Reply

Your email address will not be published.