Below header

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ, ହିଞ୍ଜିଳି ବିଧାନସଭା ଆସନ ପାଇଁ ଭରିବେ ନାମାଙ୍କନ

ଭୁବନେଶ୍ବର : ଆଜି ନାମାଙ୍କନ ଭରିବେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ହିଞ୍ଜିଳି ବିଧାନସଭା ଆସନରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେଡି ପ୍ରାର୍ଥୀ ଭାବରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ।  ଏହି ସମୟରେ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଉପସ୍ଥିତ ରହିବେ । ତାଙ୍କୁ ସ୍ୱାଗତ କରିବା ପାଇଁ ଜିଲ୍ଲା ବିଜେଡି ଶିବିରରେ ବ୍ୟାପକ ଆୟୋଜନ କରାଯାଇଛି । ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ନବୀନ ତାରାତାରିଣୀ ମନ୍ଦିର ଯାଇ ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ । ଏହାପରେ ସେଠାରୁ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବେ ।

ପଞ୍ଚମ ଥର ପାଇଁ ସେ ହିଞ୍ଜିଳି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏଠାରୁ ଲଗାତର ୪ ଥର ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ହିଞ୍ଜିଳି ସହ ଚଳିତ ନିର୍ବାଚନରେ ବିଜେପୁର ଆସନରୁ ମଧ୍ୟ ଲଢ଼ିବେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି। ସୁରକ୍ଷା ଦାୟିତ୍ୱରେ ୨ଜଣ ଆଡିସନାଲ ଏସ୍‌ପି, ୨୦ରୁ ଅଧିକ IIC ମୁତୟନ ଅଛନ୍ତି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.