ସବୁ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ, ପ୍ରଚାର କିମ୍ବା ବିଜ୍ଞାପନରେ ବ୍ୟବହାର କରିବେନି ସେନବାହିନୀର ଫଟୋ କିମ୍ବା ନାଁ

ଭୁବନେଶ୍ବର : ଚଳିତ ନିର୍ବାଚନରେ ସେନାର କାର୍ଯ୍ୟାକଳାପକୁ ନେଇ ପ୍ରଚାର କରାଯିବ ନାହିଁ । ସବୁ ରାଜନୈତିକ ଦଳଙ୍କୁ ଆଡଭାଇଜରୀ ଜାରି କରି ପୁଣି ଥରେ ମନେ ପକାଇ ଦେଇଛନ୍ତି ନିର୍ବାଚନ କମିଶନ । ଆଦର୍ଶ ଆଚରଣ ବିଧି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ଏକ ଆଡଭାଇଜରୀ ଜାରି କରି ଏପରି ନିର୍ଦ୍ଦେଶ ଦେଇଥିଲେ କମିଶନ । ଆଗାମୀ ନିର୍ବାଚନ ପ୍ରଚାର କିମ୍ବା ବିଜ୍ଞାପନରେ ସେନବାହିନୀର ଫଟୋ କିମ୍ବା ନାଁକୁ ବ୍ୟବହାର କରି ପାରିବେ ନାହିଁ । ନିର୍ବାଚନୀ ପ୍ରଚାର ପ୍ରସାରରେ ସେନାଧ୍ୟକ୍ଷ, ଅନ୍ୟ କୌଣସି ସେନା ଅଧିକାରୀ କିମ୍ବା ସେନାବାହିନୀ କାର‌୍ୟ୍ୟ ସମ୍ପର୍କିତ କୌଣସି ଫଟୋ କୌଣସି ପ୍ରକାରେ ନିର୍ବାଚନ ପ୍ରଚାରରେ ଯେଭଳି ବ୍ୟବହାର କରା ନଯାଏ ସେନେଇ କଡ଼ା ନିର୍ଦ୍ଦେଶ ରହିଛି । କିଛି ରାଜନୈତିକ ଦଳ, ନେତା ଓ ଆଶାୟ ପ୍ରାର୍ଥୀ ନିର୍ବାଚନୀ ପ୍ରଚାର ପ୍ରସାର ନିମନ୍ତେ ବିଜ୍ଞାପନରେ ସେନା ଅଧିକାରୀ କିମ୍ବା କର୍ମଚାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଏପରି ନକରିବା ପାଇଁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.