Below header

ଆଇପିଏଲ ପୂର୍ବରୁ ପୃଥ୍ବୀଙ୍କୁ ଘାରିଲା ଡ୍ୟାନ୍ସର ନିଶା, ଏପରି ଦେଖାଇଲେ ଟ୍ୟାଲେଣ୍ଟ

ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭ ହେବା ପୂର୍ବରୁ ହିଁ ଦିଲ୍ଲୀ କ୍ୟାପିଟାଲର ପ୍ରମୁଖ ବ୍ୟାଟ୍ସମ୍ୟାନ୍ ପୃଥିବୀ ଶୋଙ୍କ ଉପରେ ଚଢ଼ିଛି ଡ୍ୟାନ୍ସ ମସ୍ତି। ନିକଟରେ ପୃଥ୍ବୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ପପୁଲାର ଗୀତ ‘ବୋହତ ହାର୍ଡ’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଡ୍ୟାନ୍ସ କ୍ଳିପକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଲକ୍ଷାଧିକ ଭିୟୁଜ୍ ମିଳିଛି।

ଟିମ ଇଣ୍ଡିଆର ଜର୍ସିରେ ରାପର ଭଳି କଳା ଟୋପି , ପୃଥ୍ବୀଙ୍କ ଏହି ଲୁକ ପ୍ରଶଂସକଙ୍କୁ ଖୁବ ପସନ୍ଦ ଆସିଛି। ଖେଳାଳୀଙ୍କୁ ଆଗରୁ ମଧ୍ୟ ତାଙ୍କ ପୋଷ୍ଟର କ୍ୟାପସନ ଗୁଡିକରେ ରାପ୍ କରୁଥିବାର ଦେଖିବାକୁ ମିଳିଛି।


ପୃଥ୍ବୀ ଗତ ବର୍ଷ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ନିଜର ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚରେ ହିଁ ସେ ଶତକ କରିଥିଲେ। ତାଙ୍କୁ ଯେତେବେଳେ ଅଷ୍ଟ୍ରେଲିଆ ମ୍ୟାଚ୍ ପାଇଁ ଚୟନ କରାଯାଇଥିଲା ସେତେବେଳେ ସେ ଅଭ୍ୟାସ କରୁଥିବା ସମୟରେ ଆହାତ ହୋଇଯାଇଥିଲେ। ଆଘାତ ଅଧିକ ହୋଇଥିବାରୁ ତାଙ୍କୁ ଆଷ୍ଟ୍ରେଲିଆ ସିରିଜରୁ ବାହାର କରାଯାଇଥିଲା। ପାଖାପାଖି ୪ ମାସର ବିଶ୍ରାମ ପରେ ସେ ସେଯୟଦ ମୁସ୍ତଫା ଅଲ୍ଲି ଟ୍ରଫିକୁ ଫେରିଥିଲେ। ଏବେ ପୁଣି ତାଙ୍କୁ ଆଇପିଏଲରେ ଦିଲ୍ଲୀ ତରଫରୁ ଖେଳୁଥିବା ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.