Below header

ପ୍ରାର୍ଥୀଙ୍କ ପାଇଁ ବଡ଼ ଖବର, ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍) : ଘୁଞ୍ଚିଲା ଜେଇଇ ଆଡଭାନ୍ସଡ୍ ପରୀକ୍ଷା । ସୂଚନା ଅନୁଯାୟୀ, ଏପ୍ରିଲ ଓ ମଇ ମାସରେ ସାରା ଦେଶରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜେଇଇ ଆଡଭାନ୍ସଡ୍ ପରୀକ୍ଷା ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ମେ’ ୧୯ ତାରିଖରେ ହେବାକୁ ଥିବା ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଏବେ ମେ’ ୨୭ରେ ଅନୁଷ୍ଠିତ ହେବ।

ଭାରତ ସମେତ ବିଦେଶରେ ହେବାକୁ ଥିବା ଏହି ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ। ପେପର୍-୧ ପରୀକ୍ଷା ୨୭ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର‌୍ୟ୍ୟନ୍ତ ଚାଲିବାକୁ ଥିବା ବେଳେ ପେପର୍-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୫ଟା ପର‌୍ୟ୍ୟନ୍ତ ଚାଲିବ। ଦେଶର ୧୫୫ଟି ସହର ସମେତ ବିଦେଶର ୬ଟି ସହରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

jee

ପରୀକ୍ଷା ପରିଚାଳନା କରୁଥିବା ଆଇଆଇଟି ରୁର୍କି କର୍ତୃପକ୍ଷ ସୂଚନା ଜେଇଇ ଆଡଭାନ୍ସଡ୍ ପରୀକ୍ଷା କମ୍ପ୍ୟୁଟର ବେସଡ୍ ଟେଷ୍ଟ(ସିବିଟି) ମୋଡ୍ରେ ଅନୁଷ୍ଠିତ ହେବ ବୋଲି ଦେଇଛନ୍ତି। ଜେଇଇ ମେନ୍ରେ ଶ୍ରେଷ୍ଠ ୨ଲକ୍ଷ ୨୪ହଜାର ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯୋଗ୍ୟତା ଅର୍ଜନ କରିବେ। ଭଲ ରୢାଙ୍କ ହାସଲ କରୁଥିବା ଛାତ୍ରଛାତ୍ରୀ ଦେଶର ୨୩ଟି ଆଇଆଇଟି ସମେତ ଧାନବାଦସ୍ଥିତ ଇଣ୍ଡିଆନ୍ ସ୍କୁଲ ଅଫ୍ ମାଇନ୍ସ(ଆଇଏସ୍ଏମ୍)ରେ ନାମ ଲେଖାଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.