Below header

କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ

କେନ୍ୟୁଜ୍ (ବ୍ୟୁରୋ):  କରୋନା ଯୋଦ୍ଧାଙ୍କ ପାଇଁ ଖୁସି ଖବର । ରାଜ୍ୟରେ ସୁସ୍ଥ ହେଲେ ଆଉ ୬୫ କରୋନା ଆକ୍ରାନ୍ତ । ଗଞ୍ଜାମରୁ ସର୍ବାଧିକ ୧୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଜଗତସିଂହପୁର ଓ କେନ୍ଦ୍ରାପଡାରୁ ୧୦ ଜଣ ଲେଖାଏ ସୁସ୍ଥ ହୋଇଛନ୍ତି । ସେହିପରି ଭଦ୍ରକରୁ ୮, କେନ୍ଦୁଝରରୁ ୭, ବଲାଙ୍ଗିରରୁ ୬, ଖୋର୍ଦ୍ଧାରୁ ୩ ଜଣ ସୁସ୍ଥ ହୋଇଛନ୍ତି । ବାଲେଶ୍ୱର ଓ ଯାଜପୁରରୁ ୨ ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଥିବା ବେଳେ ଢେଙ୍କାନାଳ, ଝାରସୁଗୁଡା ଏବଂ କନ୍ଧମାଳରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏ ପର୍ଯ୍ୟନ୍ତ  ରାଜ୍ୟରେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ  ଫେରିଛନ୍ତି।

ସେହିଭଳି କିଛି ସମୟ ପୂର୍ବରୁ  ଭୁବନେଶ୍ୱରରୁ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଏହି ୪ଜଣ ଭୁବନେଶ୍ୱର ମ୍ୟୁନିସିପାଲିଟି ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ଭିତରୁ ଜଣେ ପଜିଟିଭ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ଅନ୍ୟ ୩ଟି ଲୋକାଲ କେସ୍‌ ବୋଲି ବିଏମସି ପକ୍ଷରୁ ଟ୍ଵିଟ ଯୋଗେ ସୂଚନା ଦିଆଯାଇଛି।ଏହାସହ ଜଣେ ଆକ୍ରାନ୍ତ ଆଇଗଣିଆ ଅଞ୍ଚଳ ହୋଇଥିବା ବେଳେ ଅନ୍ୟ ଜଣେ ଭୁବନେଶ୍ୱର ଏମ୍‌ସର କର୍ମଚାରୀ ବୋଲି ଜଣାପଡ଼ିଛି। ଅନ୍ୟ ଜଣେ ଡୁମୁଡୁମା ଅଞ୍ଚଳର। ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ବିଏମସି ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.