କଣ ଆପଣ ଡାଇବେଟିସ ଓ ବ୍ଲଡ଼ ପ୍ରେସର ରୋଗୀକି, ତେବେ ଖାଦ୍ୟରେ ସାମିଲ କରନ୍ତୁ ପେସ୍ତା

ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱରେ ଭରପୁର ଡ୍ରାଏ ନଟ୍ସ ଗୁଡିକର ନିୟମିତ ସେବନ ଆମ ଶରୀର ପାଇଁ ଖୁବ ଫାଇଦା ଦାୟକ ହୋଇଥାଏ । ମେଦ ବହୁଳତା କମ କରିବା ଠାରୁ ଆରମ୍ଭ କରି ବ୍ଲଡ଼ ପ୍ରେସର କଣ୍ଟ୍ରୋଲରେ ରଖିବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହି ଡ୍ରାଏ ନଟ୍ସ ଗୁଡିକ ଲାଭଦାୟୀ ହୋଇଥାଏ । ଏହାକୁ ପୋଷାକ ତତ୍ତ୍ୱର ପାୱାର ହାଉସ କହିଲେ ବି ଭୁଲ ହେବ ନାହିଁ । ଏମିତି ହିଁ ଏକ ନଟ୍ସ ହେଉଛି ପେସ୍ତା । ସ୍ୱାସ୍ଥ୍ୟ ପ୍ରଦ ଗୁଣ ଓ ସ୍ୱାଦିଷ୍ଟ ହେବା କାରଣରୁ ଲୋକ ମାନଙ୍କ ମଧ୍ୟରେ ଲୋକପ୍ରିୟ । ଡାଇବେଟିସ ରୋଗୀ ନିୟମିତ ଏହାକୁ ସେବନ କଲେ ସେମାନଙ୍କ ବ୍ଲଡ଼ ସୁଗାର ସ୍ତର ନିୟନ୍ତ୍ରଣରେ ରହିଥାଏ । ଆଜି ଆମେ ଆପଣଙ୍କୁ ପେସ୍ତାର କିଛି ଶରୀର ଉପଦାୟୀ ଗୁଣ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

pista  ବ୍ଲଡ଼ ସୁଗାର:

ପେସ୍ତାରେ ଭରପୂର ମାତ୍ରାରେ ଲୋ -ଗ୍ଲିସେମିକ ଇଣ୍ଡେକ୍ସ ବି ଅଛି । ଏଣୁ ଡାଇବେଟିସ ରୋଗରେ ପୀଡିତ ବ୍ୟକ୍ତି ନିୟମିତ ପେସ୍ତା ସେବନ କଲେ ସେମାନଙ୍କ ଶରୀରରେ ବ୍ଲଡ଼ ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ ।

ଓଜନ କମାଇବାକୁ ଚାହୁଁଥିଲେ:

ପେସ୍ତା ଏକ ସ୍ୱାସ୍ଥ୍ୟବର୍ଦ୍ଧକ ଆହାର । ଏଥିରେ ପ୍ରୋଟିନ ବି ଭରପୁର ମାତ୍ରାରେ ଅଛି । ଏହାକୁ ନିୟମିତ ଗ୍ରହଣ କଲେ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା ଏକ ଉତ୍ତମ ପ୍ଲାଣ୍ଟ ବେସ୍ଡ ପ୍ରୋଟିନ ।

pista

ଆଖି ପାଇଁ ଖୁବ ଉପକାରୀ:

ପେସ୍ତାରେ ଥିବା ଲ୍ୟୁଟିନ ଓ ଜକସନଥିନ ନାମକ ଆଣ୍ଟି ଅକ୍ସିଡେଣ୍ଟ ଶରୀରକୁ ଫ୍ରି ରେଡ଼ିକାଲ୍ସ ଦାଉରୁ ରକ୍ଷା କରିଥାଏ । ଏହା ସହ ଆଖିର ଜ୍ୟୋତି ମଧ୍ୟ ବୃଦ୍ଧି କରିଥାଏ ।

ବ୍ଲଡ଼ ପ୍ରେସର:

ଏହି ନଟ୍ସ ବ୍ଲଡ଼ ପ୍ରେସର ସମେତ ଶରୀରର କୋଲେଷ୍ଟେରଲ ବି ନିୟନ୍ତ୍ରଣରେ ରଖିଥାଏ ।

ହାଡ ମଜବୁତ ରଖେ:

ପେସ୍ତାରେ ଭରପୁର ମାତ୍ରାରେ କ୍ୟାଲସିୟମ, ପୋଟାସିୟମ, ମ୍ୟାଗନେସିୟମ ଓ ଭିଟାମିନ ପରି ତତ୍ତ୍ୱ ପର୍ଯ୍ୟାପ୍ତ ପରିମାଣରେ ଅଛି । ଯାହା ହାଡ ମଜବୂତ କରିବାରେ ବିଶେଷ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.