ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର, ଏବେ ୧୦୦ ନୁହେଁ ମନ ଇଚ୍ଛା କରିପାରିବେ SMS

ଟ୍ରାଇ ଲକଡାଉନ ଭିତରେ କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କୁ ବଡ ଆସ୍ୱସ୍ତି ଦେଇ ଏବେ ଗୋଟେ ଦିନର ମାଗଣା SMS ପଠାଇବା ସୀମାକୁ ସମ୍ପୂର୍ଣ୍ଣ ଭାବରେ ହଟାଇ ଦେଇଛି। ଏବେ ମୋବାଇଲ ଉପଭୋକ୍ତା ଏବେ ଯେତେ ଚାହିଁବେ ସେତେ ଆର୍ଥତ ମନ ଇଚ୍ଛା ମେସେଜ କରିପାରିବେ।

smsପୂର୍ବରୁ ୧୦୦ SMS ପରେ ଲାଗୁଥିଲା ଚାର୍ଜ

ଏହାପୂର୍ବରୁ ମୋବାଇଲ ଉପଭୋକ୍ତା ଦିନରେ କେବଳ ୧୦୦ ଏସଏମଏସ ହିଁ କରିପାରୁଥିଲେ। ଏହାପରେ ତାଙ୍କୁ ପ୍ରତି ଏସଏମଏସ ପିଛା ୫୦ ପଇସା ଦେବାକୁ ପଡୁଥିଲା। ଟ୍ରାଇ ଏଥିପାଇଁ ସବୁ ଷ୍ଟେକ ହୋଲଡର୍ସଙ୍କ ପାଇଁ ଟେଲି କମ୍ୟୁନିକେସନ ଟାରିଫ ଅର୍ଡର ୨୦୨୦ର ଡ୍ରାଫ୍ଟ ଜାରୀ କରିଛି।

messegଏଥିପାଇଁ ଲାଗୁଥିଲା ଚାର୍ଜ

୨୦୧୨ରେ ଲାଗୁ ହୋଇଥିବା ଏହି ନିୟମ ଦ୍ୱାରା ୧୦୦ SMS ପରେ ୫୦ ପଇସା ଚାର୍ଜ ଲାଗୁଥିଲା। ଏହି ଚାର୍ଜ ଏଥିପାଇଁ ଲାଗୁଥିଲା କାହିଁକିନା ଉପଭୋକ୍ତାଙ୍କ ପାଖରେ ଅବାଞ୍ଝିତ କର୍ମସିୟାଲ ମେସେଜ ଉପରେ ରୋକ ଲଗାଯାଇପାରିବ। ସେ କିଛି ସମୟ ପୂର୍ବରୁ ଡିଏନଡିକୁ ମଧ୍ୟ ଆରମ୍ଭ କରିଥିଲେ। ଏହି ସର୍ଭିସ ଜରିଆରେ ୟୁଜର୍ସ ନିଜର ନମ୍ବର ଉପରେ ବିଜ୍ଞାପନ ସମ୍ବନ୍ଧୀୟ ମେସେଜ ଉପରେ ରୋକ ଲଗାଯାଇପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.