Below header

ଚିର ନିଦ୍ରାରେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ, ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ କଲା ଶୋକପ୍ରକାଶ

ମୁମ୍ବାଇ:  ଚୀର ନିଦ୍ରାରେ  ପ୍ରଖ୍ୟାତ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ। ମୁମ୍ବାଇ ସ୍ଥିତ ବାସଭବନରେ ଗତକାଲି ତାଙ୍କର ଦେହାନ୍ତ ହୋଇଥିବା ଖବର ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ସଭାପତି  ଅଶୋକ ପଣ୍ଡିତ ବସୁଙ୍କ ବିୟୋଗରେ  ଶୋକ ପ୍ରକାଶ କରିଛନ୍ତି।

ସେ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ‘ମହାନ ଫିଲ୍ମନିର୍ମାତା ବାସୁ ଚାଟ୍ଟାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ରାତି ୨ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଇଣ୍ଡଷ୍ଟ୍ରୀ ପାଇଁ ବଡ଼ କ୍ଷତି। ସାର, ତୁମକୁ ବହୁତ ମନେ ପକାଇବୁ।’

ତାଙ୍କ ନିର୍ଦ୍ଦେଶିତ ‘ଉସ୍ ପାର୍’, ‘ଚିଟ୍‌ଚୋର’, ‘ପିୟା କା ଘର’, ‘ଖଟା ମିଠା’ ଓ ‘ବାତୋଁ ବାତୋଁ ମେ’ ଫିଲ୍ମ ବାସୁଙ୍କୁ ଅଧିକ ପରିଚିତ କରାଇଥିଲା। ଚାଟ୍ଟାର୍ଜୀ ତାଙ୍କ ଶେଷ୍ଠ ଫିଲ୍ମକୁ ନେଇ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଚାଟ୍ଟାର୍ଜୀ ତାଙ୍କ ଶେଷ୍ଠ ଫିଲ୍ମକୁ ନେଇ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ଦୁରଦର୍ଶନରେ ପ୍ରସାରିତ ଟେଲିଭିଜନ ଧାରାବାହିକ  ବ୍ୟୋମକେଶ ବକ୍ସି ଏବଂ ରଜନୀ ବେଶ ଲୋକପ୍ରିୟ ହୋଇପାରିଥିଲେ। ରଜନୀଗନ୍ଧା ଓ ଚିଟ୍‌ଚୋର ଫିଲ୍ମ ବାସୁ ଚାଟ୍ଟାର୍ଜୀଙ୍କୁ ବଡ ସଫଳତା  ଦେଇଥିଲା। ଏହା ବେଶ ଲୋକପ୍ରିୟ ହୋଇପାରିଥିଲା।

ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ବାସୁଙ୍କ ମୃତ୍ୟୁରେ ଟ୍ବିଟ କରି ଶୋକ ପ୍ରକାଶ କରିଛନ୍ତି।  ଆସୋସିଏସନ କହିଛି ଯେ ‘ସେ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ, ଯିଏ ନିଜ ଫିଲ୍ମ ମାଧ୍ୟମରେ ସାମାଜିକ ଓ ନୈତିକ ମୁଦ୍ଦା ପ୍ରତି ଅଧିକ ଫୋକସ ଦେଇଥିଲେ। ତାଙ୍କ ଆତ୍ମାର ସଦଗତି ପାଇଁ ଆମେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.