Below header

ଚୀନ୍ ସହ ମୁକାବିଲା ପାଇଁ ପ୍ରସ୍ତୁତି : ଯୁଦ୍ଧ ବିମାନର ଜରୁରୀ ଅବତରଣ ପାଇଁ କଶ୍ମୀର ଜାତୀୟ ରାଜପଥକୁ ରନେଓ୍ଵ ଭାବେ ପ୍ରସ୍ତୁତ କରୁଛି ଭାରତ

ନୂଆଦିଲ୍ଲୀ : ଭାରତ ଓ ଚୀନ୍‌ ମଧ୍ୟରେର ତିକ୍ତତା ବଢ଼ିବାରେ ଲାଗିଛି । କୈାଣସି ବି ସମୟରେ ଯୁଦ୍ଧ ଲାଗିଯାଇ ପାରେ । ଏହି ବଗୁଡ଼ୁଥିବା ସ୍ଥିତିକୁ ଲକ୍ଷ୍ୟ କରି ଦକ୍ଷୀଣ କାଶ୍ମୀର ଜାତୀୟ ରାଜପଥକୁ ଭାରତ ରନ୍‌େଓ୍ଵ ପାଇଁ ପ୍ରସ୍ତୁତ କରୁଛି ।

ଯଦି ଯୁଦ୍ଧ ଲାଗେ ତେବେ ଏଠାରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇ ପାରିବ । ଯୁଦ୍ଧ ସ୍ଥିତିକୁ ଦୃଷ୍ଟିରେ ରଖି ଦକ୍ଷିଣ କାଶ୍ମୀରର ବିଜବେହରା ଠାରେ 3.5 କିଲୋମିଟର ଲମ୍ବା ଜରୁରୀକାଳୀନ ଏୟାରଷ୍ଟ୍ରିପ୍ ନିର୍ମାଣ କରାଯାଉଛି ।

kashmir.jpg-1

ତେବେ ଲଦାଖ ବିବାଦ ପୂର୍ବରୁ ହିଁ ମୋଦି ସରକାର ଏହି ଯୋଜନାରେ କାମ ଆରମ୍ଭ କରିଥିଲେ ବୋଲି ସେନା ଅଧିକାରୀ କହିଛନ୍ତି । ତେବେ ସଦ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ୍ ଏବଂ ଭାରତର ସୈନ୍ୟମାନେ ବର୍ତ୍ତମାନ ଲଦାଖର ଗାଲଭାନ୍ ଉପତ୍ୟକାର ଉତ୍ତେଜନାପୂର୍ଣ୍ଣ ଅଞ୍ଚଳରୁ ପଛକୁ ହଟିଛନ୍ତି ।

ଚୀନ୍ ନିଜର ସେନାକୁ ଦୁଇ କିଲୋମିଟର ପଛକୁ ଫେରାଇ ନେଇଥିବାବେଳେ ଭାରତ ମଧ୍ୟ ନିଜ ସେନାକୁ ଏକ କିଲୋମିଟର ପଛକୁ ଫେରାଇ ଆଣିଛି । ଫିଙ୍ଗର ଫୋର ଅଞ୍ଚଳରେ ଦୁହି ଦେଶର ସେନା ବାହିନୀ ବର୍ତ୍ତମାନ ମଧ୍ୟ ମୁହାଁମୁହିଁ ପରିସ୍ଥିତିରେ ଅଛନ୍ତି ।

ତେବେ ଏହି ଅଞ୍ଚଳକୁ ନେଇ ଦୁଇ ଦେଶର ସେନାଧିକାରୀଙ୍କ ମଧ୍ୟରେ ଜୁନ୍‌ ୬ରେ ଏକ ବୈଠକ ବସିବାକୁ ଯାଉଛି । ବୈଠକରେ ଫିଙ୍ଗୋର ପୋର ଅଞ୍ଚଳକୁ ନେଇ ବିସ୍ତତ ଆଲୋଚନା ହେବ । ଭାରତ ଓ ଚୀନ୍‌ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଦୃଷ୍ଟିରୁ ଏହି ବୈଠକ ନିଶ୍ଚିତ ରୂପେ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.