Below header

ଆସିଥିଲେ ସାଙ୍ଗ ହୋଇ ଚାଲିଗଲେ ସାଙ୍ଗ ହୋଇ, ପୋଖରୀରେ ବୁଡି ପ୍ରାଣ ହରାଇଲେ ଯାଆଁଳା ଭାଇ

କେନ୍ଦୁଝର (କେନ୍ୟୁଜ୍):  କିଛି  ମିନିଟର ଆଗ ପଛ ହୋଇ ଦୂନିଆକୁ  ଆସିଥିଲେ ଦୁଇ ଯାଆଁଳା ଭାଇ । ସେମିତି ହାତ ଧରାଧରି  ହୋଇ ଆରପାରିକୁ ଚାଲିଯାଇଛନ୍ତି ଦୁଇ ଯାଆଁଳା ଭାଇ। ଏଭଳି  ଦୁଃଖଦ ଘଟଣା କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖଣମ ଗାଁରେ । ଦୁଇ ଯାଆଁଳା ଭାଇ ଖେଳିବା ପାଇଁ  ଗାଡିଆକୁ ନିକଟକୁ ଆସିଥିଲେ। ସେଠାରେ  ଦୁର୍ଘଟଣା  ବସତଃ ଦୁହେଁ ଗାଡିଆରେ ପଡିଯାଇଥିଲେ।

ପରିବାର ଲୋକେ ଚାରିଆଡେ ଖୋଜାଖୋଜା କରିଥିଲେ ମଧ୍ୟ ଦୁହିଁଙ୍କୁ କୋଉଠି ପାଇନଥିଲେ। ତେବେ ପୋଖରୀରେ ପଡିଯାଇଥିବା ସନ୍ଦେହ କରି ସାହିପଡିଶା ଦମକଳ ବାହନୀ ବିଭାଗକୁ ଖବର ଦେଇଥିଲେ। ଦମକଳ ବାହିନୀ ପୋଖରୀରୁ ଦୁଇ ଭାଇଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.