ପିଲାଠୁ ବଡ ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି ପାଣ୍ଡା ଟେଡି, କିନ୍ତୁ ସତରେ ଏମାନେ ଦେଖିବାକୁ କେତେ ସୁନ୍ଦର ଥରେ ଦେଖନ୍ତୁ ଭିଡିଓ

ପାଣ୍ଡା ଦେଖିବାକୁ ବହୁତ ସୁନ୍ଦର। ଏବେ ତ ପାଣ୍ଡାର ଲୋକପ୍ରିୟତା ବହୁତ ବେଶି। ବଡ ଠାରୁ ଆରମ୍ଭ କରି ଛୋଟ ପିଲା ସମସ୍ତେ ପାଣ୍ଡା ପାଇଁ ପାଗଳ। କିନ୍ତୁ ଆପଣ କେବେ ଭାବିଛନ୍ତି ଏହି ପାଣ୍ଡା ସତରେ କେତେ ସୁନ୍ଦର ହେଇଥିବ। ଯଦି ଦେଖିନାହାନ୍ତି ଆଜି ଆମେ ଆପଣଙ୍କୁ ଏକ ବଡ ପାଣ୍ଡା ଏବଂ ତା ସହିତ ତାର ଝୋଟ ଛୁଆର ଭିଡିଓ ଦେଖାଇବୁ। ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଭିଡିଓଟି ହେଉଛୀ ଜର୍ମାନୀର ଏକ (Zoo)ର।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଆ ପାଣ୍ଡା ସହିତ ତାର ଦୁଇ ଛୋଟ ପିଲା ଜଙ୍ଗଲରେ ଖେଳୁଥିବା ନଜର ଆସୁଛି। ଆଉ ପାଣ୍ଡା ଏବଂ ତାର ଦୁଇ ଛୁଆଙ୍କ ଏହି ଭିଡିଓ ବହୁତ କ୍ୟୁଟ ହୋଇଛି। ଯେମିତି ମଣିଷ ଛୁଆଟି ସବୁବେଳେ ତା ମାକୁ ଖୋଜେ ଆଉ ତାର ପାଖେ ପାଖେ ଲାଗିକି ରହିଥାଏ ଠିକ୍‌ ସେମିତି ପାଣ୍ଡାର ଦୁଇ ପିଲା ମା’ ସହିତ ଅତି ଆନନ୍ଦରେ ଖେଳୁଛନ୍ତି।

ଭିଡିଓରେ ଆପଣ ଦେଖୁଥିବେ ପାଣ୍ଡାର ଗୋଟେ ପିଲା ମାଆ ସହିତ ଘାସରେ ଗଡାପଡା ହେଉଥିବା ନଜର ଆସୁଛି। ସେହିପରି ଅନ୍ୟ ପିଲାଟି ନିଜ ମାଆ ସାହାରାରେ ଗଛକୁ ଚଢ଼ୁଥିବା ନଜର ଆସୁଛି। ଏହି ସାରା ଭିଡିଓରେ ପାଣ୍ଡା ଛୁଆଙ୍କର ଦୁଷ୍ଟାମି ଦେଖିବାକୁ ମିଳିବ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଏହି ଭିଡିଓଟି ସେୟାର ହେବା ମାତ୍ରକେ ହିଁ ଲୋକେ ଏହାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଆଉ ଭିଡିଓକୁ ଖୁବ୍‌ ସେୟାର ଲାଇକ ମଧ୍ୟ କରୁଛନ୍ତି। ଏହି ଭିଡିଓ ଲୋକମାନଙ୍କୁ କେତେ ଆସୁଛି ତାର ଅନ୍ଦାଜ ଆପଣ ଏହାର ସେୟାର ଆଉ ଭ୍ୟୁଜ ଦେଖିକି ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.