Below header

ଭୁବନେଶ୍ୱର ରାଜୀବ ନଗର ଶିଶୁ ହତ୍ୟା ଘଟଣା, ଏବେବି ସ୍ପଷ୍ଟ ହେଉନି କାରଣ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଏଯାଏ ସ୍ପଷ୍ଟ ହେଲାନି ଭୁବନେଶ୍ୱର ରାଜୀବ ନଗରରେ ପାଞ୍ଚ ବର୍ଷର ପିଲାକୁ ହତ୍ୟା ଘଟଣା । ଗତକାଲି ଅପରାହ୍ନରେ ପାଞ୍ଚ ବର୍ଷର ସାଇରାମ ପାତ୍ରକୁ ତାଙ୍କ ପଡ଼ୋଶୀରେ ରହୁଥିବା ମହିଳା ଜଣକ ତଣ୍ଟିଚିପି ହତ୍ୟା କରିଥିଲା । କାରଣ ହତ୍ୟା ଅଭିଯୁକ୍ତ ତନୁଶ୍ରୀ ପରମାଣିକ ଏବେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ପିଲାଟିକୁ ମାରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେଣୁ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସେ ଠିକ୍ ନାହାନ୍ତି । ସେଥିପାଇଁ ପୋଲିସ୍ ତାଙ୍କର ବୟାନ୍ ରେକର୍ଡ଼ କରି ପାରିନାହିଁ ।
ଏପଟେ ଦୁଃଖରେ ଭାଙ୍ଗି ପଡ଼ିଛି ସାଇର ପୂରା ପରିବାର । ବାପା ସମୀର ପାତ୍ର ଏବଂ ମା କାନ୍ଦି କାନ୍ଦି ବେହାଲ ହୋଇଗଲେଣି । ଏବେବି ବୁଝି ପାରୁ ନାହାନ୍ତି ଯେ ତନୁଶ୍ରୀ କାହିଁକି ସାଇକୁ ମାରିଦେଲେ ? ପୋଲିସ୍ ଘଟଣାର ତଦନ୍ତ କରୁଛି । ତନୁଶ୍ରୀଙ୍କ ଅବସ୍ଥା ସ୍ୱାଭାବିକ ହେଲେ ଯାଇ ଘଟଣା ଉପରୁ ପରଦା ଉଠିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.