ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା

ସୁନ୍ଦରଗଡ଼(କେନ୍ୟୁଜ୍): ସୁନ୍ଦରଗଡ଼ ବନ୍ଦ। ସୁନ୍ଦରଗଡ଼ ଭାରପ୍ରାପ୍ତ ସିଡିଏମ୍ଓଙ୍କୁ ନିଲମ୍ବନ ପ୍ରତିବାଦରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେପି। ଗତକାଲି ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯିବା ସହ ଆଜି ବନ୍ଦ କରିଛି। ଫଳରେ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଛି। କର୍ମୀମାନେ ପିକେଟିଂ କରି ଗାଡି ଚଳାଚଳ ବନ୍ଦ କରିଦେଇଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ରାଜ୍ୟ ସରକାର ଗତକାଲି ସୁନ୍ଦରଗଡ଼ ଭାରପ୍ରାପ୍ତ CDMOଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଏହାପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି। ଗତକାଲି 5T ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ।