ପାହାଡରୁ ଖସିଲା ମାଟି ଅତଡା, ସାଲୁର ଘାଟିରେ ମାଟି ଅତଡା ଧସି ୨୬ନମ୍ବର ଜାତୀୟ ରାଜପଥ ଅବରୋଧ

କେନ୍ୟୁଜ୍: ପାହାଡରୁ ଖସିଲା ମାଟି ଅତଡା। ଓଡ଼ିଶା ସୀମାନ୍ତ ଆନ୍ଧ୍ରର ସାଲୁର ଘାଟିରେ ମାଟି ଓ ପଥର ଧସି ୨୬ନମ୍ବର ଜାତୀୟ ରାଜପଥ ଅବରୋଧ ହୋଇଛି। ଫଳରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ବିପଦପୂର୍ଣ୍ଣ ଭାବେ ଗାଡି ଚଲାଚଳ କରୁଛି। ଶହ ଶହ ଗାଡି ରାସ୍ତାରେ ଅଟକି ରହିଛି। ପ୍ରବଳ ବର୍ଷା ହେବା ଯୋଗୁଁ ପାହାଡରୁ ମାଟି ଅତଡା ଧସିଛି। ରାସ୍ତା ଉପରେ ମଧ୍ୟ ପ୍ରବଳ ପାଣି ପ୍ରବାହିତ ହେଉଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ମାସ ୧ ତାରିଖ ଓ ଚଳିତ ମାସ ୩ ତାରିଖରେ ପାହାଡରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.