Below header

ଟିଟିଲାଗଡ଼: ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ରାସ୍ତା ଭଲ ନଥିବାରୁ ରୋଗୀଙ୍କୁ ଷ୍ଟ୍ରେଚରରେ ବୋହି ଆଣିଲେ ଗାଡ଼ି ପର୍ଯ୍ୟନ୍ତ

ଟିଟିଲାଗଡ଼(କେନ୍ୟୁଜ୍): ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ଖଟିଆରେ ରୋଗୀଙ୍କୁ ବୋହିଲେ । ଟିଟିଲାଗଡ଼ ମହୁଲପଡ଼ା ପଞ୍ଚାୟତ କୁତ୍ରାକେନ୍ଦରେ ନୀରା ପାତ୍ରଙ୍କୁ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ । ହେଲେ ରାସ୍ତା ଭଲ ନଥିବାରୁ ରୋଗୀଙ୍କ ଘର ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଯାଇ ପାରିନଥିଲା । ଏହାପରେ ଆମ୍ବୁଲାନ୍ସ କର୍ମଚାରୀ ସୁଧୀର ଭୋଇ ଅନ୍ୟମାନଙ୍କ ସହ ମିଶି ଷ୍ଟ୍ରେଚରରେ ବୋହି ରୋଗୀଙ୍କୁ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ । ଏହାପରେ ତାଙ୍କୁ ଟିଟିଲାଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.