Below header

ଆଜିଠୁ ଆରମ୍ଭ ହେଲା ଧର୍ମମାସ କାର୍ତ୍ତିକ, ବ୍ରତ ପାଳନ ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଧର୍ମର ମାସ କାର୍ତ୍ତିକ । ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର । ମହାକାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗିଛି। ମାସେ ଧରି ବ୍ରତଧାରୀମାନେ ଚଉରାମୂଳେ ନିଷ୍ଠାର ସହ ରାଧା ଦାମୋଦରଙ୍କୁ ପୂଜା କରିବେ। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି । ଚଳିତବର୍ଷ ୩ହଜାରରୁ ଅଧିକ ହବିଷ୍ୟାଳୀଙ୍କ ପାଇଁ ୩ଟି ଅସ୍ଥାୟୀ ଶିବିର ଖୋଲାଯାଇଛି।

jaggarnathମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆଜି ଶିବିରକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ରେଳବାଇ ପର୍ଯ୍ୟଟନ କଂପ୍ଲେକ୍ସ, ମୋଚିସାହି କଲ୍ୟାଣ ମଣ୍ଡପ ଓ ନରେନ୍ଦ୍ର କୋଣ ହବିଷ୍ୟାଳୀ ସେଣ୍ଟରରେ ଖୋଲାଯାଇଛି ଅସ୍ଥାୟୀ ଶିବିର। ପ୍ରତି ଶିବିରରେ ହବିଷ୍ୟାଳୀଙ୍କ ପାଇଁ ମାଗଣା ରହିବା, ସ୍ୱାସ୍ଥ୍ୟସେବା, ପୂଜାର୍ଚ୍ଚନା ଏବଂ ପ୍ରତିଦିନ ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ରହଣୀ ସ୍ଥଳରେ ସ୍ୱେଚ୍ଛାସେବୀ, ସରକାରୀ ଅଧିକାରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ରହି ହବିଷ୍ୟାଳୀଙ୍କ ସମସ୍ତ ବ୍ୟବସ୍ଥା ବୁଝିବା ପାଇଁ ଆୟୋଜନ କରାଯାଇଛି। ଶୃଙ୍ଖଳିତ ଦର୍ଶନ ଓ ନୀତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.