ଉତ୍ତରପ୍ରଦେଶ ମହମ୍ମଦାବାଦ ଅଞ୍ଚଳରେ ଫାଟିଲା ସିଲିଣ୍ଡର: ବିସ୍ଫୋରଣରେ ୧୦ମୃତ, ୩୦ରୁ ଅଧିକ ଆହତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ସିଲିଣ୍ଡର ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଏକାଧିକ ଚାପି ହୋଇ ରହିଥିବା ସନ୍ଦେହ କରାଯାଇଛି । ମୋହମ୍‌ଦାବାଦର ବଲିଦପୁର ଗାଁରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଜଣଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଫଳରେ ଘରର କୋଠା ଭୁଶୁଡ଼ି ପଡ଼ିଥିଲା । ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି । ପ୍ରଶାସନିକ ଅଧିକାରୀ ପହଞ୍ଚି ଲୋକଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ତେବେ କାହିଁକି ସିଲିଣ୍ଡର ବିସ୍ଫୋରଣ ହେଲା, ତାହା ଜଣାପଡ଼ିନାହିଁ । ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଆହତଙ୍କ ଚିକିତ୍ସା ପାଇଁ ତୁରନ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ପଢନ୍ତୁ:

ମଧ୍ୟପ୍ରଦେଶର ହୋସଙ୍ଗାବାଦରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.