ବ୍ରହ୍ମପୁରରେ ହନୁମାନ ମୁଦ୍ରା କାରବାର ନେଇ ୨କୋଟି ଟଙ୍କାର ଠକେଇ, ୭ ଗିରଫ

ବ୍ରହ୍ମପୁର(କେ ନ୍ୟୁଜ): ବ୍ରହ୍ମପୁର ସହରରେ ତିନି ହନୁମାନ ମୁଦ୍ରା କାରବାର ନେଇ ୨କୋଟି ଠକେଇ । ଠକେଇ ଘଟଣାରେ ୭ ଜଣକୁ ଗିରଫ କରିଛି ବଡ଼ ବଜାର ପୁଲିସ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଗତକାଲି ବଡ଼ବଜାର ଅନ୍ତର୍ଗତ ଶାନ୍ତି ନଗରରେ ଥିବା ସୂର୍ଯ୍ଯ ପାତ୍ରଙ୍କ ଘରେ ତିନି ହନୁମାନ ମୁଦ୍ରା କାରବାରକୁ ନେଇ ପୁଲିସ ୭ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ,ସମ୍ବଲପୁର ଜିଲ୍ଲା ପ୍ରଦୀପ ମହାପାତ୍ର ,ଅନିଲ କୁସୁମ ,ସୁରେଶ ମେହେର ,ଗଞ୍ଜାମ ଜିଲ୍ଲା ସୋରଡ଼ାର ଅକ୍ଷୟ କୁମାର ପାତ୍ର ଓ ବୋମକେଇର ଏସ୍‌ ଜୟରାମ ପାତ୍ର , ରାଉଲକେଲାର ଜୟନ୍ତ ପ୍ରଧାନ ଭିଜେନ କୁମାର ବ୍ଯାଗ୍‌ ।

ଏମାନଙ୍କ ଠାରୁ ନଗଦ ଦେଢ଼ ଲକ୍ଷ ଟଙ୍କା, ଦୁଇଟି ମୋଟର ସାଇକେଲ, ମ୍ଯାଗନେଟ୍‌ sripit ,ଓ ଅନ୍ଯାନ୍ଯ ସାମଗ୍ରୀ ଜବତ କରିଛି ପୁଲିସ । ଘର ମାଲିକ ସୂର୍ଯ୍ଯ ପାତ୍ର ଫେରାର୍‌ ଥିବା ବେଳେ ତାଙ୍କ ଘରେ ୨କୋଟି ଟଙ୍କାର ପଇସା କାରବାର ଚାଲିଥିବା ବେଳେ ପୋଲିସ ଚଢ଼ାଉ କରିଥିଲା । ଏହି ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.