Below header

ଫିଲ୍ମ ‘Woman Stories’ରେ ହଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି ଜ୍ୟାକଲିନ୍‌ ଫର୍ନାଡିସ୍‌, ଭାରତରେ ହେବ ଶୁଟିଂ

ପ୍ରିୟଙ୍କା ଚୋପ୍ରା ଓ ଦୀପିକା ପାଦୁକୋନଙ୍କ ପରେ ହଲିଉଡ୍‌ ଡେବ୍ୟୁ ଲିଷ୍ଟରେ ଆଉ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଯୋଡ଼ି ହୋଇଯାଇଛି। ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିସ୍‌ ଫିଲ୍ମ ‘ଓମେନ୍‌ ଷ୍ଟୋରୀଜ୍‌’ରେ ହଲିଉଡ୍‌ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଅଲଗା ଅଲଗା ଶୈଳୀର ୬ଟି କାହାଣୀ ରହିବ, ସେଥିମଧ୍ୟରୁ ଗୋଟିଏ ଷ୍ଟୋରୀରେ ଜ୍ୟାକଲିନ୍‌ ନଜର ଆସିବେ। ଲୀନା ଯାଦବ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

ରିପୋର୍ଟ ଅନୁସାରେ, ଜ୍ୟାକଲିନ୍‌ଙ୍କ ପାର୍ଟର ନାଁ ‘ଶେୟରିଙ୍ଗ୍‌ ଅ ରାଇଡ୍‌’। ଏଥିରେ ସେ ଟ୍ରାନ୍ସଜେଣ୍ଡର ମଡେଲ ‘ଅଞ୍ଜଳି ଲାମା’ ଚରିତ୍ରରେ ଦେଖାଯିବେ। ‘ଓମେନ୍‌ ଷ୍ଟୋରୀଜ୍‌’ର ଶୁଟିଂ ଇଟାଲି, ଭାରତ ଏବଂ ଆମେରିକାରେ ଶୁଟ୍‌ କରାଯିବ। ତେବେ ଜ୍ୟାକଲିନ୍‌ ଏହାପୂର୍ବରୁ ୨୦୧୫ରେ ଆସିଥିବା ବ୍ରିଟିଶ ଫିଲ୍ମ ‘ଡେଫିନେଶନ ଅଫ୍‌ ଫାୟର୍‌’ରେ କାମ କରିସାରିଛନ୍ତି, ଯାହାକି ହରର୍‌-ଥ୍ରିଲର୍‌ ଥିଲା। ଏହା ୨୦୧୫, ଡିସେମ୍ବର ୫ରେ ଦିଲ୍ଲୀ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.