Below header

ଭୁବନେଶ୍ୱର ପରେ ଏବେ ନକଲି ସାମଗ୍ରୀ କବଳରେ ବ୍ରହ୍ମପୁର, ଠାବ ହେଲା ବିପୁଳ ପରିମାଣର ନକଲି କୋଲଡ୍ରିଙ୍କସ

ବ୍ରହ୍ମପୁର(କେ ନ୍ୟୁଜ): ଟ୍ଵିନ୍‌ ସିଟି ପରେ ସିଲ୍କ ସିଟି । ନକଲି ସାମଗ୍ରୀ କବଳରେ ବ୍ରହ୍ମପୁର । ମସଲା, ଚା ପତି, ପାଣି ଓ ତେଲ ପରେ ବ୍ରହ୍ମପୁରରୁ ଏବେ ନକଲି କୋଲଡ୍ରିଙ୍କସ ଠାବ । ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଗାଁରେ ବେଆଇନ ଭାବେ ଚାଲିଥିବା କୋଲ୍ଡ ଡ୍ରିଙ୍କସ କାରଖାନା ଉପରେ ଚଢାଉ କରିଛି ସଦର ଥାନା । ବିପୁଳ ପରିମାଣରର ବୋତଲ ଓ ମେସିନ୍‌ ଜବତ କରିଛି ପୋଲିସ ।

ବିଭିନ୍ନ କୋଲଡ୍ରିଙ୍କ୍‌ସ ବ୍ରାଣ୍ଡର ନାମ ଲଗାଇ ଏମିତି ଅପମିଶ୍ରିତ କରୁଥିବା ସୂଚନା ମିଳିଛି । ଏହି ମାମଲାରେ ଜଣଙ୍କୁ ଅଟକ ରଖି ପଚାର ଉଚାର କରୁଛି ପୋଲିସ । ତେବେ ଉକ୍ତ କାରଖାନାର ମାଲିକ କାଲି ଚରଣ ପାତ୍ର ବୋଲି ଜଣାପଡିଛି । ଗତ ୨୨ ତାରିଖରୁ ବିଭିନ୍ନ ନକଲି ଓ ଅପମିଶ୍ରିତ କାରଖାନା ଉପରେ ଚଡାଉ କରି ୬ଜଣକୁ ଗିରଫ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.