ସନି ଲିଓନ ଛକ୍କା ମାରି ଭାଙ୍ଗିଲେ କାଚ, Video ପୋଷ୍ଟ କରି କହିଲେ, ‘କ’ଣ ମୁଁ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିବି କି?’

ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ ନିକଟରେ ନିଜ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସନି କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି। ଏଥିରେ ଦେଖିବାକୁ ମିଳୁଛି କି, ସନି ଲିଓନ ବ୍ୟାଟିଂ କରୁଛନ୍ତି। ସେ ଏତେ ଜୋର୍‌ରେ ଛକ୍କା ମାରୁଛନ୍ତି ଯେ ଝରକା କାଚ ଭାଙ୍ଗି ଦେଉଛନ୍ତି। ସେ ନିଜ ପରିବାର ସହିତ କ୍ରିକେଟ ଖେଳୁଛନ୍ତି।

ଭିଡିଓରେ ଆକ୍ଟ୍ରେସ୍‌ ହଳଦିଆ ରଙ୍ଗର ଟି-ଶାର୍ଟ ଏବଂ କଳା ରଙ୍ଗର ଟ୍ରାକ୍‌‌ ପ୍ୟାଣ୍ଟ ପିନ୍ଧିଥିବାର ଦେଖାଯାଉଛନ୍ତି। ଭିଡିଓ ଶେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘କ’ଣ ମୋତେ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିନେବା ଦରକାର କି?’ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.