Below header

ସୁନ୍ଦରଗଡ଼ରେ ପୁଣି ୭ ସ୍କ୍ରବ୍ ଟାଇଫସ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୦୩କୁ ବୃଦ୍ଧି

ମାଡି ଚାଲିଛି ସ୍କ୍ରବ୍‌ ଟାଇଫସ୍‌ । ଲଗାତାର ଭାବରେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣି ଦିନକରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି।

ସୁନ୍ଦରଗଡ଼ (କେନ୍ୟୁଜ): ମାଡି ଚାଲିଛି ସ୍କ୍ରବ୍‌ ଟାଇଫସ୍‌ । ଲଗାତାର ଭାବରେ ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣି ଦିନକରେ ୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୫୧ ନମୁନାରୁ ୭ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏବେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୩ରେ ପହଞ୍ଚିଛି। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀରଂଜନ ଶତପଥୀ ସୂଚନା ଦେଇଛନ୍ତି।

ପ୍ରତେକ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଜିଲ୍ଲା ପ୍ରଶାସନ ଓ ମେଡିକାଲ ବିଭାଗର ଚିନ୍ତା ବଢାଇଛି । ମେଡିକାଲ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଲୋକଙ୍କ ସ୍କ୍ରବ୍‌ ଟାଇଫସ ନେଇ ସଚେତନ କରାଯାଉଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ଆକ୍ରାନ୍ତଙ୍କ ପାଇଁ ମହଜୁଦ ରହିଛି ଔଷଧ, ପ୍ରସ୍ତୁତ ଅଛନ୍ତି ସ୍ୱତନ୍ତ୍ର ଡାକ୍ତରୀ ଦଳ। ଲୋକଙ୍କୁ ଜ୍ୱର, ମୁଣ୍ଡ ବିନ୍ଧା ଓ ଛାତି ଦରଜ ହେଉଥିବା ଲକ୍ଷଣ ଦେଖାଯାଉଛି। ଏଥିସହିତ ଲୋକଙ୍କୁ ସଚେତନ କରିବା ପାଇଁ ଆଶା କର୍ମୀ ଓ ANM ମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.