Below header

ନିର୍ବାଚନ ମଇଦାନରେ ୭୨ ବର୍ଷିୟା ପ୍ରାର୍ଥିନୀ, ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଭିଡ଼ିଛନ୍ତି ଅଣ୍ଟା

କେନ୍ଦ୍ରାପଡା(କେନ୍ଯୁଜ୍): ରାଜନୀତିରେ ସବୁକିଛି ସମ୍ଭବ । ଚଳିତ ପଞ୍ଚାୟତ ନିର୍ବାଚନରେ ଯୁବପିଢୀ ଠାରୁ ବୟସ୍କ ସମସ୍ତେ ସମାନ୍‌ ଜୋସ୍‌ରେ ଲଢୁଛନ୍ତି । ସେମିତି ଏକ ନିଆରା ଓ ଭିନ୍ନ ମଣିଷ । ବୟସ ତାଙ୍କର ୭୨ । ଲୋକଙ୍କ ସମସ୍ୟାକୁ ସମାଧାନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ।

କେନ୍ଦ୍ରାପଡା ଜିଲ୍ଲା ଅଙ୍ଗୁଳାଇ ପଞ୍ଚାୟତର ୧୪ ନମ୍ବର ୱାର୍ଡ ମେମ୍ବର ପ୍ରାର୍ଥିନୀ ରେବତୀ ମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା । ଚାଲିବାକୁ ବଳ ନାହିଁ , ତଥାପି ମନକୁ ଦୃଢ କରି ଘରକୁ ଘର ବୁଲି ଭୋଟ୍‌ ମାଗୁଛନ୍ତି । ଭୋଟରଙ୍କୁ ମିଠା ଖୁଆଇ କହୁଛନ୍ତି, ମୁହଁ ମିଠା କର ଭୋଟ୍‌ ଦିଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.