ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଆଉ ଏକ ସଫଳତା: ISSF WORLD CUP ପାଇଁ ଭାରତୀୟ ଦଳରେ ହେଲେ ମନୋନୀତ
କେନ୍ଯୁଜ୍: ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଆଉ ଏକ ସଫଳତା। ଇଜିପ୍ଟର କାଇରୋରେ ହେବାକୁ ଥିବା ISSF WORLD CUP ପାଇଁ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି ଶ୍ରୀୟଙ୍କା । ଅନ୍ତର୍ଜାତୀୟ ସୁଟର ତଥା କିଟ୍ ଛାତ୍ରୀ ଶ୍ରୀୟଙ୍କା
୨୦୨୨ ଫେବୃଆରୀ ୨୬ରୁ କାଇରୋରେ ହେବାକୁ ଥିବା ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବେ। ମାର୍ଚ୍ଚ ୮ଯାଏ ଚାଲିବ ISSF WORLD CUP। ସେ ୫୦ ମିଟର ରାଇଫଲ୍ର ଥ୍ରୀ ପୋଜିସନ୍ସ ମହିଳା ଓ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ ମିକ୍ସଡ ଇଭେଣ୍ଟରେ ଅଂଶଗ୍ରହଣ କରିବେ। କିଟ୍ ଛାତ୍ରୀ ଶ୍ରୀୟଙ୍କାଙ୍କ ଏହି ସଫଳତା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ବିଶ୍ୱକପ୍ରେ ଶ୍ରେଷ୍ଠ ପ୍ରଦର୍ଶନର କାମନା କରିଛନ୍ତି।