Below header

ରାଜଧାନୀରେ ଚାଞ୍ଚଲ୍ୟ: ଖଣ୍ଡଗିରି ଛକରୁ ଏକ ବ୍ୟାଗ ଭିତରୁ ବାହାରିଲା ୮ ମାସର ଶିଶୁକନ୍ୟାର ମୃତଦେହ!

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚାଞ୍ଚଲ୍ୟ । ଖଣ୍ଡଗିରି ଛକରୁ ଏକ ବ୍ୟାଗ ଭିତରୁ ବାହାରିଲା ୮ ମାସର ଶିଶୁକନ୍ୟାର ମୃତଦେହ । ଏହି ଘଟଣାରେ ଲୋକମାନେ ବ୍ୟାଗ୍‌ରେ ମୃତଦେହ ଧରି ଯାଉଥିବା ସନ୍ତୋଷ ସାହୁଙ୍କୁ ମାଡ଼ ମାରିଛନ୍ତି ।

father

ଆଇଗିଣିଆର ଏକ ବସ୍ତିରେ ପରିବାର ସହ ସନ୍ତୋଷ ସାହୁ ରହୁୁଛନ୍ତି । ୮ ମାସର ଶିଶୁକନ୍ୟାକୁ ସଂସ୍କାର ପାଇଁ ସନ୍ତୋଷ ବ୍ୟାଗରେ ନେଉଥିଲେ ବୋଲି କହିଛନ୍ତି ପରିବାର । ଏହି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.