ଇଣ୍ଡିଆନ ବ୍ୟାଙ୍କରୁ ୮୫ଲକ୍ଷଟଙ୍କା ହଡ଼ପ ଘଟଣା, ବ୍ୟାଙ୍କ ଆଗରେ ଅସମ୍ଭବ ଭିଡ଼

କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରି ବଜ଼ାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗ୍ରହାକଙ୍କ ଜମାଖାତରୁ ୮୫ଲକ୍ଷ ଟଙ୍କା ହଡ଼ପ ହେବା କଥା ଜଣାପଡ଼ିବା ପରେ ବ୍ୟାଙ୍କରେ ଆଜି ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶହ ଶହ ସଂଖ୍ୟାର ଗ୍ରହାକମାନେ ବ୍ୟାଙ୍କରେ ପହଁଚି ମ୍ୟାନେଜରକୁ ଭେଟି କେମିତି ଟଙ୍କା ହଡ଼ପ ହେଲା ବୋଲି ପ୍ରଶ୍ନ କରିଥିଲେ ।

ଆଳି(କେନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ଆଳିର ସିଙ୍ଗିରି ବଜ଼ାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ଶାଖାରେ ଗ୍ରହାକଙ୍କ ଜମାଖାତରୁ ୮୫ଲକ୍ଷ ଟଙ୍କା ହଡ଼ପ ହେବା କଥା ଜଣାପଡ଼ିବା ପରେ ବ୍ୟାଙ୍କରେ ଆଜି ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଶହ ଶହ ସଂଖ୍ୟାର ଗ୍ରହାକମାନେ ବ୍ୟାଙ୍କରେ ପହଁଚି ମ୍ୟାନେଜରକୁ ଭେଟି କେମିତି ଟଙ୍କା ହଡ଼ପ ହେଲା ବୋଲି ପ୍ରଶ୍ନ କରିଥିଲେ । ଏଥି ସହ ଅନ୍ୟ ଗ୍ରହାକଙ୍କ ଟଙ୍କା ଜମାଖାତରେ ସୁରକ୍ଷିତ ଅଛି କି ନାହିଁ ଜାଣିବା ପାଇଁ ମଧ୍ୟ ଗ୍ରାହକ ମାନେ ରୁଣ୍ଡ ହେବାରେ ଲାଗିଛନ୍ତି ।