Below header

ଗ୍ରାମୀ ଆଓ୍ଵାର୍ଡ ୨୦୨୪ : ଜାକିର ହୁସେନ୍, ରାକେଶ ଚୌରସିଆ ଏବଂ ଶଙ୍କର ମହାଦେବନ ଜିତିଲେ ଏହି ପୁରସ୍କାର, ଜାଣନ୍ତୁ ଅନ୍ୟ ବିଜେତାଙ୍କ ଲିଷ୍ଟ

ସଂଗୀତ ଜଗତ ପାଇଁ ଫେବୃଆରୀ ୦୫, ୨୦୨୪ ଏକ ବିଶେଷ ଦିନ ହୋଇଛି । ଏହି ଦିନ ଗ୍ରାମୀ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସର୍ବୋତ୍ତମ ସଂଗୀତଜ୍ଞ ଏବଂ ଗାୟକଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏଥର ଦେଶର କଳାକାରମାନେ ଗ୍ରାମୀ ଆଓ୍ଵାର୍ଡ ୨୦୨୪ ରେ ବହୁତ ମାନ୍ୟତା ପାଇଛିନ୍ତି । ଅନେକ ସଂଗୀତଜ୍ଞଙ୍କ ଗୀତ ଏଥର ଗ୍ରାମୀ ପାଇଁ ମନୋନୀତ ହୋଇଥିଲା, ଯେଉଁଥିରୁ ଭାରତୀୟ କଳାକାରମାନେ ଅଧିକାଂଶ ଜିତିଛନ୍ତି ।

ଗ୍ରାମୀ ଆଓ୍ଵାର୍ଡ ୨୦୨୪ ଶେଷ ହୋଇଛି । ଏଥର ଏହି ପୁରସ୍କାର କାର୍ଯ୍ୟକ୍ରମ ବହୁତ ବିଶେଷ ଭାବେ ଅୟୋଜିତ କରାଯାଇଥିଲା । ଓସ୍କାର ଏବଂ ଗୋଲଡେନ୍ ଗ୍ଲୋବ ପରି ପୁରସ୍କାର ଜିତିବା ପରେ ଭାରତ ବର୍ତ୍ତମାନ ଗ୍ରାମୀ ପୁରସ୍କାର କାର୍ଯ୍ୟକ୍ରମରେ ମଧ୍ୟ ନିଜର ଏକ ସ୍ଥାନ ତିଆରି କରିଛନ୍ତି । ବହୁ ଭାରତୀୟ ସଂଗୀତଜ୍ଞ ଚଳିତ ବର୍ଷ ଗ୍ରାମୀ ଆଓ୍ଵାଡ ପାଇଁ ମନୋନୀତ ହୋଇଥିଲା, ଯେଉଁଥିରେ ଅଧିକାଂଶ ଭାରତୀୟ ଲୋକ ଜିତିଥିଲେ । ତାହେଲେ ଆସନ୍ତୁ ଜାଣିବା ଗ୍ରାମୀ ଆଓ୍ଵାର୍ଡ ୨୦୨୪ ରେ କେଉଁ ଭାରତୀୟ ପୁରସ୍କାର ଜିତିଥିଲେ ।

ସଂଗୀତ ଜଗତ ପାଇଁ ଫେବୃଆରୀ ୦୫, ୨୦୨୪ ଏକ ବିଶେଷ ଦିନ ହୋଇଛି । ଏହି ଦିନ ଗ୍ରାମୀ ପୁରସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଶ୍ୱର ବିଭିନ୍ନ ସ୍ଥାନରୁ ସର୍ବୋତ୍ତମ ସଂଗୀତଜ୍ଞ ଏବଂ ଗାୟକଙ୍କୁ ଦେଖିବାକୁ ମିଳିଛି । କିନ୍ତୁ ଏଥର ଦେଶର କଳାକାରମାନେ ଗ୍ରାମୀ ଆଓ୍ଵାର୍ଡ ୨୦୨୪ ରେ ବହୁତ ମାନ୍ୟତା ପାଇଛିନ୍ତି । ଅନେକ ସଂଗୀତଜ୍ଞଙ୍କ ଗୀତ ଏଥର ଗ୍ରାମୀ ପାଇଁ ମନୋନୀତ ହୋଇଥିଲା, ଯେଉଁଥିରୁ ଭାରତୀୟ କଳାକାରମାନେ ଅଧିକାଂଶ ଜିତିଛନ୍ତି । ତେବେ ଏଥିରେ ଶଙ୍କର ମହାଦେବନଙ୍କଠାରୁ ଜାକିର ହୁସେନ୍‌ଙ୍କ ପରି କଳାକାରମାନେ ସଙ୍ଗୀତ ମଞ୍ଚରେ ଦେଶକୁ ଗର୍ବିତ କରିଛନ୍ତି । ଯାହା ଦେଶର ଅନେକ ଲୋକଙ୍କ ପାଇଁ ବହୁତ ଖୁସିର ବିଷୟ ପାଲଟିଛି ।

ସର୍ବୋତ୍ତମ ସଂଗୀତଜ୍ଞଙ୍କ ମଧ୍ୟରୁ ଜାକିର ହୁସେନ୍ ହେଉଛନ୍ତି ଅନ୍ୟତମ : ୨୦୨୪ ବର୍ଷ ଜାକିର ହୁସେନ୍‌ଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ପ୍ରମାଣିତ ହୋଇଛି । ସେ ତାଙ୍କ କ୍ୟାରିୟରରେ ଏପର୍ଯ୍ୟନ୍ତ ୨ଟି ଗ୍ରାମୀ ପୁରସ୍କାର ଜିତିଛନ୍ତି । କିନ୍ତୁ ୨୦୨୪ ମସିହାରେ ସେ ନିଜ ପ୍ରତିଭା ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି, ସେ ଏପରି ଜଣେ ସଂଙ୍ଗୀତଜ୍ଞ ଯିଏ ମାତ୍ର ଗୋଟିଏ ବର୍ଷରେ ତିନୋଟି ଗ୍ରାମୀ ପୁରସ୍କାର ଜିତିଛନ୍ତି । ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ କାର୍ଯ୍ୟକ୍ରମରେ ପସ୍ତୋ ଗୀତ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ସେ ଆଉ ଦୁଇଟି ଭିନ୍ନ କାଟାଗୋରିଜ୍‌ରେ ଆଓ୍ଵାର୍ଡ ଜିତିଛନ୍ତି । ଏହା ସହ ସେ ଶ୍ରେଷ୍ଠ କଣ୍ଟେପ୍ରି ଇନଷ୍ଟ୍ରୁମେଣ୍ଟାଲ୍ ଆଲବମ୍ କାଟାଗୋରିରେ ଏଜ୍‌ ବି ପ୍ସିକ୍‌ ଗୀତ ଏବଂ ଶ୍ରେଷ୍ଠ ଇନଷ୍ଟ୍ରୁମେଣ୍ଟାଲ୍ କମ୍ପଜିସନ୍‌ର କାଟାଗୋରିରେ ମୋସନ୍ ଗୀତ ପାଇଁ ସେ ଏହି ପୁରସ୍କାର ଜିତିଛନ୍ତି ।

ରାକେଶ ଚୌରସିଆ ମଧ୍ୟ ସଂଙ୍ଗୀତ ଜଗତର ଜଣେ ନାମିଦାମୀ କଳାକାର : ଦେଶର ଭେଟେରାନ ବଂଶିବାଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ପୁଅ ରାକେଶ ଚୌରସିଆ ମଧ୍ୟ ଗ୍ରାମୀରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି । ସେ ଦୁଇଟି ଭିନ୍ନ କାଟାଗୋରିରେ ପୁରସ୍କାର ଜିତିଛନ୍ତି । ପସ୍ତୋ ଗୀତ ପାଇଁ ସେ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ କାଟାଗୋରିରେ ଏବଂ ଶ୍ରେଷ୍ଠ କଣ୍ଟେପ୍ର ଇନଷ୍ଟ୍ରୁମେଣ୍ଟାଲ୍ ଆଲବମ୍ କାଟାଗୋରିରେ ତାଙ୍କୁ ଏହି ପୁରସ୍କାର ମିଳିଛି ।

ଶଙ୍କର ମହାଦେବନ୍ ହେଉଛନ୍ତି ସଂଙ୍ଗିତ ଜଗତର ଜଣେ ସର୍ବୋତମ ସଂଙ୍ଗୀତଜ୍ଞ : ସିଙ୍ଗର ଶଙ୍କର ମହାଦେବନଙ୍କ ପାଇଁ ମଧ୍ୟ ଏହା ବହୁତ ବିଶେଷ ଦିନ ପାଲଟିଛି । ତେବେ ତାଙ୍କୁ ‘ବେଷ୍ଟ ମୋମେଣ୍ଟ’ ପାଇଁ ଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ଆଲବମ୍ ପୁରସ୍କାର ମିଳିଛି । ଏହି ଆଲବମରେ ସମୁଦାୟ ୮ ଟି ଗୀତ ରହିଛି, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ତେବେ ଶଙ୍କର ମହାଦେବନଙ୍କ କ୍ୟାରିୟରରେ ଏହା ହେଉଛି ପ୍ରଥମ ଗ୍ରାମୀ ପୁରସ୍କାର । ଯେଉଁଥିପାଇଁ ସେ ବହୁତ ଖୁସି ମଧ୍ୟ ହୋଇଛନ୍ତି ।

ଭି ସେଲଭାଗଣେଷଙ୍କୁ ଏହି ଗ୍ରାମୀ ପୁରସ୍କାର ଦିଆଯାଇଛି : ଦେଶର ପ୍ରସିଦ୍ଧ ପର୍କୁସିନିଷ୍ଟ ଭି ସେଲଭାଗଣେଷ ମଧ୍ୟ ଗ୍ରାମୀ ଆଓ୍ଵାର୍ଡ ଜିତିଛନ୍ତି । ମ୍ୟୁଜିକ୍ ଆଲବମ୍‌ରେ ସେ ‘ବେଷ୍ଟ ମୋମେଣ୍ଟ’ ପାଇଁ ଏହି ପୁରସ୍କାର ପାଇଛନ୍ତି । ଏହା ବ୍ୟତୀତ ସେଥିରେ ୮ ଟି ଗୀତ ରହିଛି, ଯାହା ସଂଗୀତକାରଙ୍କ ଦ୍ୱାରା ‘ଶକ୍ତି’ ବ୍ୟାଣ୍ଡ ଦ୍ୱାରା ରଚନା କରାଯାଇଛି ।

ଗଣେଷ ରାଜଗୋପାଲନ୍ : ଏହି ପୁରସ୍କାରରେ ଭାରତୀୟ ସଂଗୀତଜ୍ଞ ଗଣେଷ ରାଜାଗୋପାଲନ ମଧ୍ୟ ଜିତିଛନ୍ତି । ଶକ୍ତି ବ୍ୟାଣ୍ଡର ଆଲବମ୍ ଏହି ବେଷ୍ଟ ମୋମେଣ୍ଟ ପାଇଁ ସେ ଏହି ଗ୍ରାମୀ ଆଓ୍ଵାର୍ଡ ପାଇଛନ୍ତି । ଯାହା ତାଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.