ପାକିସ୍ତାନ: ନିର୍ବାଚନ ପୂର୍ବରୁ ଆତଙ୍କୀ ହାମଲା, ୧୦ ପୋଲିସ ଯବାନ ସହିଦ

ପାକିସ୍ତାନର ଖେବର ପଙ୍ଖତୁନଖ୍ଵାରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପାଖାପାଖି ୩୦ରୁ ଅଧିକ ଆତଙ୍କବାଦୀ ଆସି ୩ ଦିଗରୁ ଆକ୍ରମଣ କରିଥିଲେ । ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି  ଭାରି ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ଼ରେ ଆକ୍ରମଣ କରିଥିଲେ । ଫଳରେ ୧୦ ଜଣ ପୋଲିସ ସହିଦ ହୋଇଥିଲେ ।

ନିର୍ବାଚନ ପୂର୍ବରୁ ପାକିସ୍ତାନରେ ଆତଙ୍କୀ ହାମଲା । ଫଳରେ ୧୦ ଜଣ ପୋଲିସ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ପୋଲିସ କହିବା ମୁତାବକ, ଅଜ୍ଞାତ ଆତଙ୍କବାଦୀ ଗତକାଲି ରାତିରେ ଡିଆଇଖାନ ତହସିଲ ଦରବାନରେ ଥିବା ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି ।

ଖବର ମୁତାବକ, ପାକିସ୍ତାନର ଖେବର ପଙ୍ଖତୁନଖ୍ଵାରେ ଥିବା ଏକ ପୋଲିସ ଷ୍ଟେସନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପାଖାପାଖି ୩୦ରୁ ଅଧିକ ଆତଙ୍କବାଦୀ ଆସି ୩ ଦିଗରୁ ଆକ୍ରମଣ କରିଥିଲେ । ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି  ଭାରି ଅସ୍ତ୍ରଶସ୍ତ୍ର ଏବଂ ଗ୍ରେନେଡ଼ରେ ଆକ୍ରମଣ କରିଥିଲେ ।   ଫଳରେ ୧୦ ଜଣ ପୋଲିସ ସହିଦ ହୋଇଥିଲେ । ମୃତକଙ୍କ ମଧ୍ୟରେ ୬ ଜଣ ଏଲିଟ ପୋଲିସ ବଳର ୬ କର୍ମୀ ସାମିଲ ଥିଲେ । ଆହତ ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଆତଙ୍କବାଦୀମାନେ ପୋଲିସ ଷ୍ଟେସନକୁ ୩ ଦିଗରୁ ହାତଗୋଳା ଫେପାଡିବା ସହିତ ସ୍ପ୍ରେ ମଧ୍ୟ କରିଥିଲେ । ପୋଲିସ ମଧ୍ୟ ଜବାବରେ ଗୁଳି ଚଳାଇଥିଲା । ହେଲେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ ।

ସୂଚନାଯୋଗ୍ୟ, ଆସନ୍ତା ୮ ତାରିଖରେ ପାକିସ୍ତାନରେ ନିର୍ବାଚନ ରହିଥିବା ବେଳେ ଏହା ପୂର୍ବରୁ ପୋଲିସ ଉପରକୁ ଗୁଳିକାଣ୍ଡ ଏବଂ ନିର୍ବାଚନ କମିଶନ ଅଫିସ ବାହାରେ ବୋମା ବିସ୍ଫୋରଣ ଚିନ୍ତାର କାରଣ ପାଲଟିଛି । କିଛିଦିନ ହେଲାଣି ଆତଙ୍କବାଦୀ ସଂଗଠନ ସରକାର ଏବଂ ସିକ୍ୟୁରିଟିକୁ ଟାର୍ଗେଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.