ବରଫ ଡଙ୍ଗା ତିଆରି କରି ସମସ୍ତଙ୍କୁ ଚମକାଇଲେ ଏହି ବ୍ୟକ୍ତି, ସୃଷ୍ଟି କଲେ ଭିନ୍ନ ପରିଚୟ

ଏହି ବ୍ୟକ୍ତି ଜଣଙ୍କ ଏକ ବରଫ ଡଙ୍ଗା ତିଆରି କରିଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଛି । ବଡ଼ କଥା ହେଉଛି ଯେ ବ୍ୟକ୍ତି ଜଣଙ୍କ 'ବରଫ ଡଙ୍ଗା'କୁ ବିନା କାହା ସାହାଯ୍ୟରେ ତିଆରି କରିଛନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଏହି ଡଙ୍ଗା ତିଆରି କରିବା ପାଇଁ ତାଲିମ ମଧ୍ୟ ନେଇ ନାହାନ୍ତି ।

ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଚମତ୍କାର ପ୍ରତିଭାକୁ ଦେଖାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରନ୍ତି । ଏଭଳି ଜଣେ ପ୍ରତିଭାବାନ ବ୍ୟକ୍ତି ମଧ୍ୟ ଅଛନ୍ତି, ଯିଏ ନିଜ କଳାକୁ ଏପରି ଚମତ୍କାର ଭାବେ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ଏକ ବରଫ ଡଙ୍ଗା ତିଆରି କରିଛନ୍ତି, ଯାହା ଦେଖିବାକୁ ଖୁବ୍‌ ସୁନ୍ଦର ହୋଇଛି । ବଡ଼ କଥା ହେଉଛି ଯେ ବ୍ୟକ୍ତି ଜଣଙ୍କ ‘ବରଫ ଡଙ୍ଗା’କୁ ବିନା କାହା ସାହାଯ୍ୟରେ ତିଆରି କରିଛନ୍ତି ଏବଂ ସବୁଠାରୁ ଆଶ୍ଚର୍ଯ୍ୟର କଥା ସେ ଏହି ଡଙ୍ଗା ତିଆରି କରିବା ପାଇଁ ତାଲିମ ମଧ୍ୟ ନେଇ ନାହାନ୍ତି । ଅତି ସୁନ୍ଦର ଭାବେ ଏହାକୁ ଡିଜାଇନ୍‌ କରିଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ତେବେ ଏହି ବ୍ୟକ୍ତିଙ୍କ ନାମ ହେଉଛି ଇଭାନ୍ କାର୍ପିଟସ୍କି, ଯିଏ ବେଲାଋଷର ମିନସ୍କରେ ରୁହନ୍ତି । ବରଫରେ ବିଭିନ୍ନ ଜିନିଷ ପ୍ରସ୍ତୁତ କରି କେବଳ ଦେଶ ନୁହେଁ ସାରା ବିଶ୍ୱରେ ସେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ବରଫ ପ୍ରତି ଥିବା ତାଙ୍କର ଏ ଆଗ୍ରହ ପାଇଁ ସେ ଏହି ଡଙ୍ଗା ପ୍ରସ୍ତୁତ କରିପାରିଛନ୍ତି । ରିପୋର୍ଟ ଅନୁଯାୟୀ ଇଭାନଙ୍କ ନାମ ୨୦୨୦ ମସିହାରେ ପ୍ରଥମ ଥର ପାଇଁ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ସେ ବରଫର ଭାୟୋଲିନ୍‌ ତିଆରି କରିଥିଲେ । ଏହି ସୁନ୍ଦର ଭାୟୋଲିନର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହା ପରେ ଯେତେବେଳେ ବି ଶୀତ ଋତୁ ଆସେ ସେ ନିଜର କଳା ଦେଖାଇବାରେ ଲାଗି ପଡ଼ନ୍ତି ଏବଂ ସୁନ୍ଦର ସୁନ୍ଦର ଜିନିଷ ତିଆରି କରନ୍ତି, କିନ୍ତୁ ଏଥର ତାଙ୍କର କାରନାମା କିଛି ଭିନ୍ନ ରହିଛି । ସେ ଏକ ସୁନ୍ଦର ଡଙ୍ଗା ପ୍ରସ୍ତୁତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି ।

ଇଭାନ୍ ସୋସିଆଲ ମିଡିଆରେ ତାଙ୍କର ଚମତ୍କାର କଳାକୃତିର ଫଟୋ ଏବଂ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯାହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ବରଫରେ ତିଆରି ହୋଇଥିବା ଏହି ଡଙ୍ଗା କେବଳ ଦେଖାଇବା ପାଇଁ ନୁହେଁ ବରଂ ଏହା ପାଣିରେ ଅସଲି ଡଙ୍ଗା ଭଳି ଚାଲୁଥିବା ଦେଖାଯାଇଛି । ଇଭାନ୍ ଏହାକୁ ଏପରି ଢଙ୍ଗରେ ତିଆରି କରିଛନ୍ତି ଯେ ଏହା ପାଣିରେ ମଧ୍ୟ ଚାଲି ପାରୁଛି । ଏଥିରେ ଜଣେ କିମ୍ବା ଦୁଇଜଣ ଲୋକ ଆରାମରେ ବସିପାରିବେ । ଇଭାନ୍ ନିଜେ ବରଫ ଡଙ୍ଗାକୁ ଚଲାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ ବରଫ ଡଙ୍ଗାକୁ ତିଆରି କରିବା ପାଇଁ ଇଭାନ୍ ବିଭିନ୍ନ ପ୍ରକାରର ଇଲେକ୍ଟ୍ରିକ୍‌ ଡିଭାଇସ୍‌ ବ୍ୟବହାର କରିଛନ୍ତି, କିନ୍ତୁ ଏହି ଡଙ୍ଗା ଦିଗକୁ କଣ୍ଟ୍ରୋଲ କରେ ନାହିଁ । ସୁନ୍ଦରତା ଦୃଷ୍ଟିରୁ ଏହାକୁ ଖୁବ୍‌ ସୁନ୍ଦର ଭାବେ ଗଢ଼ାଯାଇଛି । ଇଭାନଙ୍କ ଏହି ସୁନ୍ଦର ଡଙ୍ଗା ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.