Below header

ଅବିବେକୀ ମଣିଷ: ୭ ଦିନର ଶିଶୁକୁ ଛାଡ଼ି ଦେଇଗଲେ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହରେ

୭ ଦିନର ଶିଶୁ ପୁତ୍ରକୁ ଛାଡ଼ି ଦେଇଗଲେ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହରେ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉଦ୍ଧାର ହେଲା ନବଜାତ । ରବିବାର ରାତିରେ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହରୁ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

ନୂଆଗଡ଼ (କେନ୍ୟୁଜ) :  ଅବିବେକୀ ମଣିଷ । ୭ ଦିନର ଶିଶୁ ପୁତ୍ରକୁ ଛାଡ଼ି ଦେଇଗଲେ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହରେ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉଦ୍ଧାର ହେଲା ନବଜାତ । ରବିବାର ରାତିରେ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମ ଗୃହରୁ ଶିଶୁ ପୁତ୍ରକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

ସନ୍ଧ୍ୟା ସମୟରେ ଛୁଆର କାନ୍ଦ ସ୍ଥାନୀୟ ଲୋକ ଶୁଣିବାକୁ ପାଇଥିଲେ। କେହି ଜଣେ ଏକ କପଡ଼ାରେ ଘୋଡ଼ାଇ ଶିଶୁ ପୁତ୍ରକୁ ଛାଡ଼ି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ଯୋଗାଯୋଗ କରିବା ପରେ ଚାଇଲ୍ଡ ଲାଇନ ଅଧିକାରୀ ପହଞ୍ଚି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ ପୁତ୍ରର ଚିକିତ୍ସା କରାଯାଉଛି । ପିଲାଟିକୁ ଜିଲ୍ଲା ଶିଶୁ କଲ୍ୟାଣ ସମିତିକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.