କାନପୁର ଦେହାତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୬ ମୃତ, ବଞ୍ଚିଗଲେ ୨ ପିଲା

ଘରକୁ ଫେରୁଥିବା ବେଳେ କାରଟି ଅନିୟନ୍ତ୍ରିତ ହୋଇ ନାଳକୁ ଖସିପଡିଥିଲା । ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ପିଲା ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା କାନପୁର ଦେହାତର ସିକନ୍ଦରା ଥାନା ନିକଟରେ ହୋଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶ କାନପୁର ଦେହାତରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ କାର୍ଯ୍ୟକ୍ରମରେ ଘରକୁ ଫେରୁଥିବା ବେଳେ କାରଟି ଅନିୟନ୍ତ୍ରିତ ହୋଇ ନାଳକୁ ଖସିପଡିଥିଲା । ଫଳରେ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ପିଲା ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଦେହାତର ସିକନ୍ଦରା ଥାନା ଅଞ୍ଚଳର ଜଗନ୍ନାଥପୁର ଗାଁ ନିକଟରେ ହୋଇଥିବା ଜଣାପଡିଛି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମୀଣଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରିଥିଲା । ଏମାନଙ୍କୁ ତୁରନ୍ତ ସିକନ୍ଦରା ସିଏଚସିରେ ଭର୍ତ୍ତି କରାଯାଇଥିଲ। । ଏଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଆଉ ୨ ଜଣ ପିଲା ସାମାନ୍ୟ ଆହତ ହୋଇ ବଞ୍ଚିଯାଇଛନ୍ତି । ମୃତକ ଡେରାପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଦୁର୍ଘଟଣା ରାତି ୨ଟାରେ ଘଟିଥିବା ପୋଲିସ ଜାଣିବାକୁ ପାଇଛି ।

ପୋଲିସ ଅଧିକାରୀଙ୍କ କହିବା ମୁତାବକ, ଏହି କାରରେ ୮ ଜଣ ରହିଥିଲେ । ମୃତକଙ୍କ ମଧ୍ୟରେ ୪ ଜଣ ପିଲା ଏବଂ ୨ ଜଣ ବୟସ୍କ ବ୍ୟକ୍ତି ରହିଛନ୍ତି । ଦୁର୍ଘଟଣାର କାରଣ ଖରାପ ପାଗ ଏବଂ ବର୍ଷା ଯୋଗୁଁ ହୋଇଥିବା ଜଣାପଡିଛି ।

ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଏକ ତିଳକ କାର୍ଯ୍ୟକ୍ରମ ପାଇଁ ଇଟାଓ୍ଵା ଯାଇଥିଲେ । କାରଟି ବର୍ଷା ଯୋଗୁଁ ଅନିୟନ୍ତ୍ରିତ ହୋଇ ନାଳକୁ ଖସିପଡିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.