ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ୮୭ ଟି କଇଁଛ ଜବତ, ଜଣେ ବେପାରୀ ଗିରଫ

ଜଳେଶ୍ଵର(କେନ୍ୟୁଜ୍): ପଶ୍ଚିମବଙ୍ଗକୁ କଇଁଛ ଚୋରାଚାଲାଣ ବେଳେ ମାଡ଼ିବସିଲା ବନବିଭାଗ । ୮୭ ଟି କଇଁଛ ଜବତ, ଜଣେ ବେପାରୀ ଗିରଫ । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଅନ୍ତର୍ଗତ ୬୦ନଂ ନମ୍ବର ଜାତୀୟ ରାଜପଥ ବାଇପାସ ନିକଟରୁ ୮୭ଟି କଇଁଛ ଜବତ କରାଯାଇଛି । ଏଥିସହ ଜଣେ ବେପାରୀକୁ ଗିରଫ କରିଛି ଜଳେଶ୍ଵର ବନବିଭାଗ ।

ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵରରୁ ବାଇକରେ ପଶ୍ଚିମବଙ୍ଗକୁ କଇଁଛ ଚୋରାଚାଲାଣ ଖବର ପାଇ ଜଳେଶ୍ଵର ବନବିଭାଗ ଚାଲନ୍ତି ବାଇପାସ ନିକଟରେ ଚଢଉ କରିଥିଲା । ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗ ଦାନ୍ତନ ଥାନା ଅଞ୍ଚଳର ଦେବବ୍ରତ୍ତ ଦେ । ସେ ବାଲେଶ୍ଵର ରେମୁଣାରୁ କଇଁଛ ନେଇ ପଶ୍ଚିମବଙ୍ଗକୁ ଯାଉଥିଲା । ବେପାରୀକୁ ଗିରଫ କରି ଅଧିକ ତଦନ୍ତ ଜାରି କରିଛି ବନବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.