Below header

ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା: ଦାମୀ ଗିଫ୍ଟ ଦେଇ ଦିଲ୍‌ ଜିତୁଥିଲା ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନ, ରିମାଣ୍ଡ ସମୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (କେନ୍ୟୁଜ୍):  ଭୁବନେଶ୍ୱର ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ର ଆତ୍ମହତ୍ୟା ମାମଲା । ଅଭିଯୁକ୍ତ ପୁରୁଷବନ୍ଧୁ ଚିତ୍ତରଞ୍ଜନଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେବ। ରିମାଣ୍ଡ ସମୟରେ ପୋଲିସ ହାତରେ ଲାଗିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଚିତ୍ତରଞ୍ଜନ ଜେନାଙ୍କର ଥିଲା ଦମ୍‌ଦାର୍‌ ଲଭ୍‌ ଷ୍ଟୋରୀ । ଦାମୀ ଗିଫ୍ଟ ଦେଇ ସମସ୍ତଙ୍କର ଦିଲ୍‌ ଜିତୁଥିଲା। ଏକାଧିକ ମହିଳାଙ୍କୁ ଫସାଉଥିଲା। ଶୁଭଶ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଚିତ୍ତରଞ୍ଜନ ରିମାଣ୍ଡ ସମୟରେ ଉଗାରିଛି ସତ। କେବଳ ଶୁଭଶ୍ରୀ ନୁହେଁ, ଏକାଧିକ ମହିଳାଙ୍କୁ ଫସାଇଥିଲା। ସୋସିଆଲ୍‌ ମିଡିଆ ଜରିଆରେ ବିବାହିତ ମହିଳାଙ୍କୁ ଟାର୍ଗେଟ୍‌ କରୁଥିଲା ଚିତ୍ତରଞ୍ଜନ। କିଛି ଦିନ ମଉଜ କରିବା ପରେ ସେମାନଙ୍କୁ ଛାଡ଼ି ପଳାଉଥିଲା ।

୨୯ ତାରିଖରେ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ । ଘଟଣା ପୂର୍ବରୁ କ୍ୟାପିଟାଲ ହସପିଟାଲକୁ ଜଣେ ବ୍ୟକ୍ତିଙ୍କ ସହ ଯାଇଥିଲେ ଶୁଭଶ୍ରୀ । ଯାହାକୁ ନେଇ ଚିତ୍ତରଞ୍ଜନଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା । ଶୁଭଶ୍ରୀଙ୍କ ସହ ସମ୍ପର୍କ କାଟି ଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ସେହିପରି ଜୁଲାଇ ୨ ତାରିଖରେ ଚିତ୍ତରଞ୍ଜନର ଅନ୍ୟ ଏକ ଝିଅ ସହ ନିର୍ବନ୍ଧ ହୋଇଥିଲା । ଏହି ଘଟଣା ସହ ଝଗଡ଼ାକୁ ନେଇ ଅବସାଦକୁ ଚାଲିଯାଇଥିଲେ ଶୁଭଶ୍ରୀ । ଆତ୍ମହତ୍ୟା କରିବାକୁ ଯାଉଥିବା କଥା ମୋବାଇଲ ଫୋନ୍‌ରେ ତାଙ୍କ ଭାଇ ଓ ଚିତ୍ତରଞ୍ଜନକୁ କହିଥିଲେ ଶୁଭଶ୍ରୀ । ତାପରେ ଆତ୍ମହତ୍ୟା କରିଥିଲେ ଶୁଭଶ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.